ପାର୍କ ପ୍ରବେଶ ଦ୍ୱାର ବନ୍ଦକୁ ବିରୋଧ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଜିଲ୍ଲାର ସୌନ୍ଦର୍ଯ୍ୟ କରଣ ପାଇଁ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ କରି ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପୌରପାଳିକା ପକ୍ଷରୁ ୨୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ସଦାଶିବ ପାର୍କର ସୌନ୍ଦର୍ଯ୍ୟକରଣ ଚାଲିଛି । ଏଥିପାଇଁ ପାର୍କ ଆଗରେ “ଆଇ ଲଭ୍ ନବରଙ୍ଗପୁର’ ଫଳକ ଲଗାଇବା ସହିତ ଆଲୋକମାଳାରେ ସଜ୍ଜିତ କରିବାକୁ ନିର୍ମାଣ କାମ ଆରମ୍ଭ ହୋଇଛି । ଅନ୍ୟପକ୍ଷେ ଏହି ମାଟିର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତିକୁ ମୁଖ୍ୟ ଫାଟକ ନିକଟରୁ ହଟାଇ ସେଠାରେ ଆଇ ଲଭ୍ ନବରଙ୍ଗପୁର ଫଳକ ଲଗାଇବାକୁ ପୌରସଂସ୍ଥା ନେଇଥିବା ନିଷ୍ପତ୍ତିକୁ ସାଧାରଣରେ ନାପସନ୍ଦ କରାଯାଇଛି । ଏଭଳି କଲେ ପ୍ରତିମୂର୍ତ୍ତିର୍ ଲୁଚିଯିବ । ଏହା ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ ବୋଲି ସ୍ଥା୍ନୀୟ ବୁଦ୍ଧିଜୀବୀ କେଦାର ତ୍ରିପାଠୀ, ପୂର୍ବତନ ନଗରପାଳ ଅର୍ଜୁନ ତ୍ରିପାଠୀ ଓ ସନ୍ତୋଷ ମିଶ୍ର ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ପୌରପାଳିକାର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପ;ନାୟକଙ୍କୁ ପଚାରିବାରେ ଅଭିଯୋଗ ପରେ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଛି । ଆଗାମୀଦିନରେ “ଆଇ ଲଭ ନବରଙ୍ଗପୁର’ ଫଳକ କେଉଁଠି ଲଗାଯିବ ଆଲୋଚନା ପରେ ନିଷ୍ପତ୍ତି ହେବ ବୋଲି ଶ୍ରୀ ପ;ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons