ବାପା, ମା’, ଭଉଣୀ ନିଦେ୍ର୍ଧାଷରେ ଖଲାସ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ): ଚାରି ବର୍ଷ ତଳର ବହୁ ଚର୍ଚ୍ଚିତ ସଂଯୁକ୍ତା ଜୟପୁରିଆ ହତ୍ୟା ମାମଲାରେ ତିନି ଅଭିଯୁକ୍ତ ନିଦେ୍ର୍ଧାଷରେ ଖଲାସ ହୋଇଛନ୍ତି । ହେଲେ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ନେଇ ମାମଲା ଏବେ ବି ଅଦାଲତରେ ବିଚାରାଧୀନ ରହିଛି । ଶିବଗୁରୁ ଦୀକ୍ଷା ପାଇଁ ତାଙ୍କୁ ଉଲଗ୍ନ କରି ବଳି ଦିଆଯାଇଥିଲା । ତାଙ୍କୁ ଗୁଣିଗାରେଡ଼ି କାରଣରୁ ଅନ୍ଧ ବିଶ୍ୱାସର ଶିକାର ହେବାକୁ ପଡ଼ିଥିଲା । ରେଂଗାଲି ଥାନାର ବିଜାପାଲିରେ ସଂଘଟିତ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ସେ ସମୟରେ ଚହଳ ପକାଇଥିଲା । ଘଟଣାର ଗୁରୁତ୍ୱକୁ ଦେଖି ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ଉପରେ ନ୍ୟସ୍ତ କରିଥିଲେ । ହେଲେ ଏହି ମାମଲାରେ ତିନି ଅଭିଯୁକ୍ତ ମୃତା ସଂଯୁକ୍ତାଙ୍କ ପିତା ଗୋପାଳ ଜୟପୁରିଆ, ମା’ ଆଶା ଏବଂ ବଡ଼ ଭଉଣୀ ମମତା ପ୍ରମାଣ ଅଭାବରୁ ନିଦେ୍ର୍ଧାଷରେ ଖଲାସ ହେବା ପରେ ଘଟଣାର ତଦନ୍ତରେ କ୍ରାଇମବ୍ରାଞ୍ଚ ଏବଂ ପୁଲିସ୍ର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।
ଗତ ୨୦୧୭ ମସିହା ମାର୍ଚ୍ଚ ୩ ତାରିଖର ଘଟଣା । ରେଙ୍ଗାଲି ଥାନା ବିଜାପାଲି ଗ୍ରାମର ସଂଯୁକ୍ତା ଜୟପୁରିଆ (୧୭) ମହିମା କଲେଜର ଯୁକ୍ତ୨ କଳାର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ବିଜାପାଲିର ଏହି ଅଂଚଳରେ ଶିବଗୁରୁ ଦୀକ୍ଷା ନାଁରେ ଅନ୍ଧବିଶ୍ୱାସରେ ବାନ୍ଧି ହୋଇଥିଲେ ଲୋକେ । ସବୁ ଦିନ ସନ୍ଧ୍ୟାରେ ଏମାନେ ପୂର୍ଜଚ୍ଚନା କରି ଭଜନ କୀର୍ତ୍ତନ କରୁଥିଲେ । ମାର୍ଚ୍ଚ ୨ ତାରିଖ ଥିଲା କାଳରାତ୍ରି । ଗ୍ରାମର ଡୋଳାମଣି ଜୟପୁରିଆଙ୍କ ଘରେ ହେଉଥିବା ଶିବଗୁରୁ ପୂଜାରେ ସଂଯୁକ୍ତା ଜୟପୁରିଆଙ୍କୁ ଡାକିଆଣି ପୂଜାପାଠ କରାଯାଇଥିଲା । ଏହି ପୂଜାରେ ଦୁଇଭଉଣୀ ସୌଦାମିନୀ ଓ ସନ୍ତୋଷିନୀ ଏବଂ ସେମାନଙ୍କ ବାନ୍ଧବୀ ସଂଯୁକ୍ତା ବ୍ରହ୍ମା, ବିଷ୍ଣୁ ଓ ଶିବ ତଥା ସୁଖାଡିହୀର ନବୀନ ଭୋଇ ଦେହରେ ହନୁମାନ ବେଶରେ କାଳିସୀ ଆସିଥିଲେ । କିଛିଦିନ ହେବ ସଂଯୁକ୍ତାଙ୍କ ସ୍ୱାସ୍ଥ୍ୟ ଠିକ ନଥିବାରୁ ତାଙ୍କୁ ସୁସ୍ଥ କରିଦେବାକୁ କହି ସେହି ଆଳରେ ଏହି ତିନିଜଣ ସଂଯୁକ୍ତାକୁ ସମସ୍ତଙ୍କ ସାମ୍ନାରେ ଉଲଗ୍ନ କରି ଚୁଟି ଉପାଡ଼ି, ବ୍ଲେଡ଼ରେ ଶରୀରର ବିଭିନ୍ନ ସ୍ଥାନରେ କାଟି, ତ୍ରୀଶୂଳରେ ଭୁଷି, ଅଗରବତୀ ଚେଙ୍କ ଦେଇଥିଲେ । ଏମିତିକି ଅଚେତ ହୋଇପଡ଼ିଥିବା ସଂଯୁକ୍ତା ଉପରେ ତାର ଦୁଇ ବାନ୍ଧବୀ ସୌଦାମିନୀ ଓ ସନ୍ତୋଷିନୀ ତାଣ୍ଡବ ନୃତ୍ୟ କରିଥିଲେ । ଏହାକୁ ବିରୋଧ କରିବାରୁ ସଂଯୁକ୍ତାର ବାପା ଓ ମା’ଙ୍କୁ ମଧ୍ୟ ନବୀନ ଭୋଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ସଂଯୁକ୍ତାଙ୍କୁ ଅତି ନିÂୁରତାର ସହ ହତ୍ୟା କରାଯାଇଥିଲା । ବିଜାପାଲି ଗ୍ରାମର ଏକ ବଲେରୋ ଭଡ଼ାରେ ଆଣି ସୁକୁଲପାଲି ଗ୍ରାମର ଶିବଗୁରୁ ଦୀକ୍ଷା ଦେଉଥିବା ସୁଚିତ୍ରା ଧୁରୁଆକୁ ଏହି ଘଟଣା ସଂପର୍କରେ କହି ସଂଯୁକ୍ତାକୁ ଠିକ କରି ଦେବାକୁ କହିଥିଲେ । ମାତ୍ର ସୁଚିତ୍ରା କିଛି କରି ପାରିବେ ନାହିଁ ବୋଲି କହିଥିଲେ । ପରେ ସେହି ବଲେରୋରେ ଅଞ୍ଚଳରେ ଥିବା କେତେକ ତାନ୍ତ୍ରୀକ, ଗୁଣିଅାଁକୁ ଆଣି ସଂଯୁକ୍ତାର ମୃତଦେହ ଦେଖାଇଥିଲେ । କିନ୍ତୁ ସଂଯୁକ୍ତାଙ୍କୁ କେହି ବଞ୍ଚାଇ ପାରିବେନି ବୋଲି କହିଥିଲେ । ସବୁଠୁ ନିରାଶ ହେବା ପରେ ବିଳମ୍ୱିତ ରାତ୍ରିରେ ଆମ୍ୱୁଲାନ୍ସ ଡକା ଯାଇଥିଲା । ମାତ୍ର ପରିବାର ଲୋକେ ଆମ୍ୱୁଲାନ୍ସକୁ ଫେରାଇ ଦେଇଥିଲେ । ଜୀବନ ଫେରି ଆସିବ ଭାବି ସଂଯୁକ୍ତାଙ୍କ ପାଦପଟେ ଦୀପଜାଳି ରଖିଥିଲେ ଶିବଗୁରୁ ଭକ୍ତ । ଏହି ଅନ୍ଧବିଶ୍ୱାସ ଜନିତ ହତ୍ୟା ଘଟଣା ପ୍ରଘଟ ହେବାପରେ ପୁଲିସ୍ ଏକ ମାମଲା ରୁଜୁ କରିଥିଲା । ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଗାଁରେ ପହଞ୍ଚô କ୍ରାଇମବ୍ରାଞ୍ଚର ଟିମ ତଦନ୍ତ କରିଥିଲା । ଏହି ମାମଲାରେ ଦୁଇଭଉଣୀ ସୌଦାମିନୀ ଜୟପୁରିଆ ଓ ସନ୍ତୋଷିନୀ ଜୟପୁରିଆ, ବାପା ଗୋପାଳ ଜୟପୁରିଆ, ମାଁ ଆଶା ଜୟପୁରୁଆ, ବଡ଼ ଭଉଣୀ ମମତା ଜୟପୁରିଆ, ଦୁଇ ଭଉଣୀର ବାପା ଡୋଳାମଣି ଜୟପୁରିଆ, ତା’ ସ୍ତ୍ରୀ ଜୟନ୍ତୀ ଜୟପୁରିଆ, ସହଦେବ ଜୟପୁରିଆ, ଅକ୍ଷୟ ଜୟପୁରିଆ, ନବୀନ ଭୋଇକୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ହତ୍ୟାକାଣ୍ଡ ମାମଲାରେ ଅତିରିକ୍ତ ଜିଲ୍ଲା ଦୌରାଜଜ ରାୟ ପ୍ରକାଶ କରି ତିନି ଅଭିଯୁକ୍ତଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିଦେ୍ର୍ଧାଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ବିଶ୍ୱନାଥ ଦତ୍ତ ଏହି ମାମଲାର ପରିଚାଳନା କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons