ପିଣ୍ଡାମାଳ ଜଙ୍ଗଲରୁ ବିପୁଳ ବିସ୍ଫୋରକ ଉଦ୍ଧାର

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ପିଣ୍ଡାମାଳ ଜଙ୍ଗଲରୁ ବିସ୍ଫୋରକ ସହ ବହୁ ମାଓ ସାମଗ୍ରୀ ବିଏସଫ ଯବାନ ଉଦ୍ଧାର କରିଛି । ତେନ୍ତୁଳିପଦରରେ ମୁତୟନ ୧୫୫ ବାଟାଲିୟନ୍ ବିଏସଏଫ୍ ଯବାନମାନେ ନିୟମିତ ଏହି ଅଞ୍ଚଳରେ ଅପରେସନ କରି ଆସୁଛନ୍ତି । ଶୁକ୍ରବାର ପିଣ୍ଡାମାଳ ଜଙ୍ଗଲରେ ଅପରେସନ ବେଳେ ମାଓବାଦୀଙ୍କ ଦ୍ୱାରା ପୋତା ଯାଇଥିବା ବିସ୍ଫୋରକ ସମାଗ୍ରୀ ସହିତ ଅନ୍ୟାନ୍ୟ ସମାଗ୍ରୀ ଠାବ କରାଯାଇଥିଲା । ବିଏସଏଫ୍ର ସ୍ୱତନ୍ତ୍ର ସ୍କ୍ୱାଡ୍ ଦ୍ୱାରା ପୋତାଯାଇଥିବା ସାମଗ୍ରୀକୁ ଉଦ୍ଧାର କରାଯାଇଥିବା ବିଏସଏଫ୍ କମାଣ୍ଡାଣ୍ଟ ଏମ୍.ଚାନ୍ଦ କହିଛନ୍ତି । ଉଦ୍ଧାର ସାମଗ୍ରୀ ମଧ୍ୟରେ ୬୦ଟି ଜିଲୋଟିନ, ୫୦ଟି ଇଲେକ୍ଟ୍ରିକ୍ ଡ଼ିଟୋନେଟର, ୩୦ଟି ଛୋଟ ଲୁହା ପାତିଆ, ୫ବଣ୍ଡଲ ବିଦୁ୍ୟତ୍ ତାର, ୨.୫କେଜି ଗନ ପାଉଡ଼ର୍ ରହିଛି । ସୂଚନା ଥାଉକି ଗତ ଫେବ୍ରୁୟାରୀ ୩ ଓ ୪ରେ କୋଣାପୁଟ ଡିଭିଏଫ ଟିମ୍ ନାରାୟଣପାଟଣା ଥାନା ଅଞ୍ଚଳରେ ମାଓ ବିରୋଧୀ ଅପରେସନରେ ଯାଇ ସୁରେସି ନିକଟରେ ମାଓବାଦୀଙ୍କ ଦ୍ୱାରା ବହୁ ପୂର୍ବରୁ ପୋତାଯାଇଥିବା ୨ଟି କ୍ଲେମର ମାଇନ୍, ୩ଟି ଟିଫିନ ବୋମା, ଏସବିଏମଏଲ ବନ୍ଧୁକ ୬ଟି, ଜିଲୋଟିନ ଷ୍ଟିକ୍ ୫୦ଟି, ଏସବିଏମଏଲ୍ ବନ୍ଧୁକ ନିର୍ମାଣ ପାଇଁ ରଖାଯାଇଥିବା ୨୫୦ ଲୁହା ପାଇପ୍, ୫୦୦ ଗ୍ରାମ ବିସ୍ଫୋରକ ରହିବା ଭଳି ୨୦ଟି ଟିଫିନ ବାr, ଟୁକୁଡ଼ା ଲୁହା ଖଣ୍ଡ ୩ କେଜି ଉଦ୍ଧାର କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons