ପିପିଲିକୁ ଗଡ଼ିଲା ମୋ ବସ୍

Get real time updates directly on you device, subscribe now.

ପିପିଲି,(ବି.ବି.ନୁ୍ୟଜ୍): ବହୁ ଦିନର ଦାବି ପରେ ଆଜି ପ୍ରଥମ ଥର ପାଇଁ ମାଷ୍ଟରକ୍ୟାଣ୍ଟିନରୁ ପିପିଲିକୁ ଗଡ଼ିଲା ମୋ ବସ୍ । ପିପିଲିର ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ଚାଲିବ ମୋ ବସ୍ । ପ୍ରଥମ ପର୍ଯ୍ୟାୟରେ ଏହି ରୁଟ୍ରେ ୪ଟି ବସ୍ ଗଡ଼ିବାକୁ ଅନୁମତି ମିଳିଥିବା ବେଳେ ପ୍ରତି ୪୦ ମିନିଟ୍ ବ୍ୟବଧାନରେ ଏହା ଗଡ଼ିବ । ଏହାଦ୍ୱାରା ଦାଣ୍ଡମୁକୁନ୍ଦପୁର ବାସିନ୍ଦା ବିଶେଷ ଭାବେ ଉପକୃତ ହେବେ । ଆଜି ସକାଳେ ମାଷ୍ଟରକ୍ୟାଣ୍ଟିନରୁ ପିପିଲିକୁ ଗଡ଼ିଥିବା ମୋ ବସ୍ର ଯାତ୍ରୀ ହୋଇଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏହି ସେବା ଆରମ୍ଭ ହେବାପରେ ଖୁବ୍ ଖୁସି ଥିବା କହିଛନ୍ତି । ହେଲେ ଭଡ଼ା ଟିକେ ଅଧିକ ରହିଥିବା ସେ କହିିଛନ୍ତି । ଏହି ବସ୍ ଚାଲିବା ଦ୍ୱାରା କିପରି ସାମ୍ବାଦିକ , ସିନିଅର ସିଟିଜେନ୍ , ଛାତ୍ରଛାତ୍ରୀ, ଶ୍ରମିକଙ୍କ କମ୍ ଭଡ଼ାରେ ଯାଇ ଉପକୃତ ହେବେ ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି । ଭୁବନେଶ୍ୱରରୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ପୁରୀକୁ ବହୁ ସଂଖ୍ୟାରେ ବସ୍ ଚାଲୁଥିବା ମଧ୍ୟ ଏହାଦ୍ୱାରା ଦାଣ୍ଡମୁକୁଣ୍ଡପୁର ବାସିନ୍ଦା କିନ୍ତୁ ଉପକୃତ ହୋଇପାରୁ ନଥିଲେ । କାରଣ ବସ୍ଗୁଡିକ ଦାଣ୍ଡମୁକୁନ୍ଦପୁର ହୋଇ ଯାଉଥିଲେ ମଧ୍ୟ ସେଠାରେ ରୁହନ୍ତି ନାହିଁ । ଫଳରେ ଯାତ୍ରୀମାନେ ବହୁ ହଇରାଣ ହୋଇ ପ୍ରତିଦିନ ଭୁବନେଶ୍ୱରକୁ ଯାତାୟତ କରିଥାନ୍ତି । ହେଲେ ଏବେ ଏହି ସମସ୍ୟା ଦୂର ହେବ ବୋଲି ଅଞ୍ଚଳବାସୀ କହିଛନ୍ତି । ମାଷ୍ଟରକ୍ୟାଣ୍ଟିନରୁ ବାହାରି ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ଯିବାକୁ ଥିବା ଏହି ବସ୍କୁ ପ୍ରତିଦିନ ମାଷ୍ଟରକ୍ୟାଣ୍ଟିନରେ ସାନିଟାଇଜ୍ କରାଯିବ । ମାଷ୍ଟରକ୍ୟାଣ୍ଟିନରୁ ଦାଣ୍ଡମୁକୁନ୍ଦପୁର ଯିବା ନିମନ୍ତେ ଭଡ଼ା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ହେଲେ ଯାତ୍ରୀଙ୍କ ନିମନ୍ତେ ନୋ ମାସ୍କ , ନୋ ଏଣ୍ଟ୍ରି କଟକଣା ଲାଗୁ କରାଯାଇଥିବା ବେଳେ ସେମାନେ ଅନଲାଇନ୍ ପେମେଣ୍ଟ ମଧ୍ୟ କରିପାରିବେ ବୋଲି ଏହାର କଣ୍ଟକ୍ଟର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons