ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ମନ୍ତ୍ରୀ

Get real time updates directly on you device, subscribe now.

ବୈପାରିଗୁଡା,(ବି.ବି.ନୁ୍ୟଜ୍): ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ ଆଜି ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟ ବୁଲିବା ସହିତ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଛନ୍ତି । ମନ୍ତ୍ରୀ ଶ୍ରୀମତୀ ଦିଆନ ଆଜି ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବା ପରେ ରାମଗିରି ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ପରେ ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ । ବିଦ୍ୟାଳୟ ପରିସର ସ୍ୱଚ୍ଛ ନଥିବା ଦେଖି ବିଗିଡିବା ସହ ପରିସ୍କାର ରଖିବାକୁ ପ୍ରଧାନଶିକ୍ଷକ ଗଣନାଥ ସେଠୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ପରେ କାଉଡିଆଗୁଡା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଠାରୁ ସେ କାନ୍ଦଲିବେଡା ଦେଇ ହଳଦୀକୁଣ୍ଡ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ପରିଚାଳନା ବିଷୟରେ ତଦାରଖ କରିଥିଲେ । ସେଠାରୁ ସେ ଚେରକା ଦେଇ କୁନ୍ଦୁରା ଯାଇଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡକି, ବିଜେଡି ବ୍ଲକ ସଭାପତି ବିଜୟ ସାମନ୍ତରା, ଜିଲ୍ଲା ପରିଷଦ ସଭ୍ୟା ହିରାମଣୀ ପୂଜାରୀଙ୍କ ସହ ବିଜେଡିର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons