ବୈଶିଙ୍ଗା, (ବି.ବି.ନ୍ୟୁଜ୍): ପୁଣି ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଜନୈକ ସପ୍ତମଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ ତଥା ବାରମ୍ବାର ଅସଦାଚରଣ କରିଆସୁଥିବା ଅଭିଯୋଗରେ ଜଣେ ଶିକ୍ଷକ ବନ୍ଧା ହୋଇଛନ୍ତି । ଏହି ଅଭିଯୋଗ ସାମନାକୁ ଆସିବା ପରେ ଛାତ୍ରୀଙ୍କ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଶିକ୍ଷକ ଜଣକ ସଂଗ୍ରାମ କେଶରୀ ମହାନ୍ତି(୩୩), ଘର ମେର୍ଦ୍ଦା ପଞ୍ଚାୟତରେ । ଏହି ଅଘଟଣ ଘଟିଛିି ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଞ୍ଚଳରେ ।
ବେତନଟୀ ବ୍ଲକ ଅଧୀନ ଖଡ଼ିକାପଦା ବିଦ୍ୟାଳୟର ଶିକ୍ଷକ ହେଲେ ସଂଗ୍ରାମକେଶରୀ ମହାନ୍ତି । ସଂଗ୍ରାମକେଶରୀ ବିଦ୍ୟାଳୟର ଜନୈକ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାରଚଣ କରିବା ନେଇ ଛାତ୍ରୀ ଜଣକ ନିଜ ଘରେ ଜଣାଇଥିଲେ । ତେବେ ଏହି ଅଘଟଣ ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍କ୍ଷିପ୍ତ ଗ୍ରାମବାସୀ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିଦ୍ୟାଳୟ ଶନିବାର ସକାଳେ ଘେରାଉ କରିଥିଲେ । ଗ୍ରାମବାସୀ ସ୍କୁଲକୁ ଘେରାଉ କରିବା ସହିତ ଘଟଣାକୁ ନେଇ ସ୍କୁଲ ପରିସରରେ ଦୀର୍ଘସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଖବରପାଇ ବୈଶିଙ୍ଗାଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲେଇଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ସୁଶାନ୍ତ ମହାକୁଡ଼ ସଦଳବଳ ଘଟଣାସ୍ଥ୍ଳରେ ପହଞ୍ôଚ୍ଥିଲେ । ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଶିକ୍ଷକଙ୍କୁ ଥାନାକୁ ଆଣିଥିଲେ । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ନେଇ କେସନଂ ୧୩୧/୧୯ ଦଫା ୩୫୪/୫୦୬/୧୨ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ସହିତ ଶିକ୍ଷକ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ଗିରଫଦାରୀ ସହ କୋର୍ଟ ଚାଲାଣ କରାଯାଇଛି ।
ପ୍ରକାଶଥାଉକି କିଛିମାସ ପୂର୍ବରୁ ସମ୍ପୃକ୍ତ ଶିକ୍ଷକ ଅନ୍ୟ ଏକ ଘଟଣାରେ ଗ୍ରାମବାସୀଙ୍କୁ ଲକ୍ଷାଧିକ ଟଙ୍କା ଜରିମାନା ଦେଇ ମୁକୁଳିଥିଲେ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ।
Comments are closed, but trackbacks and pingbacks are open.