ପୁରୀରେ ଚାଲିଛି ସେବାୟତଙ୍କ କୋଭିଡ୍ ଟେଷ୍ଟ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ସୁପ୍ରିମକୋର୍ଟ ଗାଇଡଲାଇନ୍ ଅନୁସାରେ ଆଜି ପୁରୀ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେଉଛି । ସୁଆର ମହାସୁଆର ନିଯୋଗ, ପୁÂାଳକ ନିଯୋଗ, ବିମାନବଡ଼ୁ ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ପୁରୀର ଉକ୍ରଳ ହିନ୍ଦି ବିଦ୍ୟାପୀଠ, ବାଗିଡ଼ଲା ଧର୍ମଶାଳା ଓ ମାର୍କଣ୍ଡେଶ୍ୱରସାହି ଗାଲାସ୍ ହାଇସ୍କୁଲରେ ଟେଷ୍ଟ ଶିବିର କରାଯାଇଛି । ପୁରୀ ରଥଯାତ୍ରାରେ ସାମିଲ ୫ ହଜାର ଲୋକଙ୍କର ହେବ କୋଭିଡ୍ ଟେଷ୍ଟ କରାଯିବ । ଅଢେ଼ଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ ହେବ । ସେବାୟତଙ୍କ ବ୍ୟତୀତ ପୋଲିସ ସଫେଇ କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଏହି ଟେଷ୍ଟ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁମାନଙ୍କର ଟେଷ୍ଟ ନେଗେଟିଭ୍ ଆସିବ ସେମାନେ ହିଁ ରଥ କାର୍ଯ୍ୟରେ ସାମିଲ ହେବେ । ଏହାବ୍ୟତୀତ ସଂପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ ବୋଲି ଗତକାଲି ଆୟୋଜିତ ପୂର୍ଣ୍ଣ ବୈଠକରେ ପରେ କହିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର । ଗତକାଲି ଗୋପବନ୍ଧୁ ଆୟୁର୍ବେଦ କଲେଜରେପୋଲିସ କର୍ମଚାରୀଙ୍କର ସାମ୍ପଲ ସଂଗ୍ରହ କରାଯାଇଥିଲା । ପ୍ରାୟ ହଜାରୋରୁ ଅଧିକ ପୋଲିସ କର୍ମଚାରୀଙ୍କର ସାମ୍ପଲ ସଂଗ୍ରହ କରାଯାଇଥିବା ଜଣାଯାଇଛି । ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ପୁରୀରେ କଟକଣାଯୁକ୍ତ ରଥଯାତ୍ରା ନିମନ୍ତେ ଅନୁମତି ଦେଇଥିବାବେଳେ ସ୍ୱାସ୍ଥ୍ୟ ସମସ୍ୟା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ । ଏପରି କିଛି ସମସ୍ୟା ଉପୁଜିଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦାୟୀ ରହିବେ ବୋଲି ସୁପି୍ରମକୋର୍ଟ ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons