ପୂର୍ବତନ କୁଳପତି ଡ. ଧ୍ରୁବରାଜଙ୍କୁ ହତ୍ୟା

Get real time updates directly on you device, subscribe now.

ଝାରସୁଗୁଡ଼ା: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫେସର ଡ. ଧ୍ରୁବରାଜ ନାଏକ (୮୪)ଙ୍କୁ ହତ୍ୟା କରାଯାଇଛି । ଆଜି ଲଇକେରା ଥାନା କୁଅଁରମାଲ ଗାଁରେ ଥିବା ତାଙ୍କ ବାସଭବନରେ ସେହି ଗାଁର ପ୍ରବୀଣ ଧୁରୁଆ ଓରଫ ରିମିତ (୨୦) ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ପାଖ ଜଙ୍ଗଲରେ ଦୁଇ ଘଣ୍ଟା କାଳ ଖୋଜାଖୋଜି ପରେ ଅଭିଯୁକ୍ତ ଯୁବକକୁ ପୁଲିସ୍ ଗାଁ ଲୋକଙ୍କ ସହାୟତାରେ ଗିରଫ କରିବାରେ ସକ୍ଷମ ହୋଇଛି । ହତ୍ୟା ପଛର ପ୍ରକୃତ କାରଣ ନେଇ କୌଣସି ସ୍ପଷ୍ଟ ମତ ରଖିନାହିଁ ପୁଲିସ୍ । ଗ୍ରାମ୍ୟ ବିବାଦ ଏବଂ ପୋଖରୀରୁ ମାଛ ଚୋରିକୁ ନେଇ ଶତ୍ରୁତାରୁ ହିଁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।
ଆଜି ସକାଳ ପ୍ରାୟ ସାଢେ଼ ୧୦ଟାରୁ ୧୧ଟା ମଧ୍ୟର ଘଟଣା । ଅଭିଯୁକ୍ତ ରିମିତ କୁଅଁରମାଲ ଗାଁରେ ଥିବା ଡ. ଧ୍ରୁବରାଜ ନାଏକଙ୍କ ଘରେ ଏକ ଟାଙ୍ଗିଆ ଧରି ପହଞ୍ଚôଥିଲା । ସେ ସମୟରେ ଡ. ନାଏକ ଘରେ ନ ଥିଲେ । ସିଧାସଳଖ ବେଡରୁମରେ ପହଞ୍ଚôବା ସହ ଡ. ନାଏକ କେଉଁଠି ଅଛନ୍ତି ବୋଲି ତାଙ୍କର ଧର୍ମପତ୍ନୀ ସରୋଜିନୀ ନାଏକଙ୍କୁ ପଚାରିଥିଲା । ଏହି ସମୟରେ ଡ. ନାଏକ ଘରେ ପ୍ରବେଶ କରିଥିଲେ । କାହିଁକି ବେଡରୁମ ପର୍ଯ୍ୟନ୍ତ ଗଲା ବୋଲି ଅଭିଯୁକ୍ତ ଯୁବକକୁ ଡ. ନାଏକ କହିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦୁହେଁ ଘରୁ ବାହାରକୁ ଚାଲି ଆସିଥିଲେ । ବାହାରେ ସେ କୁଆଡେ଼ ଡ. ନାଏକଙ୍କୁ ଶହେ ଟଙ୍କା ମଧ୍ୟ ମାଗିଥିବା କୁହାଯାଉଛି । ହେଲେ ଏହି ସମୟ ଭିତରେ ହଠାତ ଉତ୍କ୍ଷୀପ୍ତ ହୋଇ ଟାଙ୍ଗିଆରେ ଡ. ନାଏକଙ୍କ ବେକକୁ ହାଣି ଦେବାରୁ ସେ ଟଳି ପଡ଼ିଥିଲେ । ସେଠାରୁ ଅଭିଯୁକ୍ତ ଫେରାର ମାରିଥିଲା । ସ୍ୱାମୀଙ୍କୁ ହାଣି ଦିଆଯାଇଥିବା ଦେଖି ଧର୍ମପତ୍ନୀ ପଡ଼ିଶା ଲୋକଙ୍କୁ ଡାକିବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଝାରସୁଗୁଡ଼ାର ଏକ ଘରୋଇ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଜିଲ୍ଲାପାଳ ସରୋଜ କୁମାର ସାମଲ ଏବଂ ଏସ୍ପି ବିକାଶ ଦାଶ ଡାକ୍ତରଖାନାରେ ପହଞ୍ଚô ଶେଷ ଦର୍ଶନ କରିବା ସହ ଘଟଣା ସଂପର୍କରେ ପଚାରି ବୁଝିଥିଲେ ।
ଘଟଣା ସଂପର୍କରେ ତଦନ୍ତ ଲାଗି ଗାଁରେ ଏସ୍ଡିପିଓ ନିର୍ମଳ ମହାପାତ୍ର ଏବଂ ଲଇକେରା ଥାନାଧିକାରୀ ପହଞ୍ଚôବା ସହ ଅଭିଯୁକ୍ତକୁ ଆଣି ପଚରା ଉଚରା ଜାରି ରହିଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରାଯାଇଛି । ଝାରସୁଗୁଡ଼ାଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏସ୍ପି ହତ୍ୟାକାଣ୍ଡ ସଂପର୍କରେ ସୂଚନା ଦେଇଥିଲେ । ଗାଁରେ ବିବାଦ ଥିବା ସହ ପୋଖରୀରୁ ମାଛ ଚୋରି ଘଟଣାରେ ଅଭିଯୁକ୍ତ ଯୁବକ ନାଁରେ କିଛି ଦିନ ତଳେ ଲଇକେରା ଥାନାରେ ଏକ ମାମଲା ରୁଜୁ ହୋଇଥିବା କାରଣରୁ ଡ. ନାଏକଙ୍କ ସହିତ ଶତ୍ରୁତା ସୃଷ୍ଟି ହୋଇଥାଇ ପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଜମିଜମା ବିବାଦ ମଧ୍ୟ ଅନ୍ୟ କାରଣ ହୋଇପାରେ ବୋଲି ସନେ୍ଦହ ହେଉଛି ।
ଆଜି ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ କୁଅଁରମାଲ ଗାଁରେ ପ୍ରଫେସର ନାଏକଙ୍କ ପାର୍ଥିବ ଶରୀର ପହଞ୍ଚôବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଘରେ ବହୁ ଲୋକ ପହଞ୍ଚô ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁଅ ସୁଜିତ କୁମାର ନାଏକ ମୁଖାଗ୍ନି ଦେଇଥିଲେ । କୁଅଁରମାଲ ସମେତ ସମଗ୍ର ଜିଲ୍ଲାରେ ଡ. ନାଏକଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ ପାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବଂ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ନାଏକଙ୍କ ପରି ଜଣେ ଉତ୍ସର୍ଗୀକୃତ ପରିବେଶବିତ୍, ଶିକ୍ଷାବିତ୍ ଏବଂ ସମାଜସେବୀଙ୍କ ବିୟୋଗ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଡ. ନାଏକଙ୍କ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି । କୁଅଁରମାଲରେ ଥିବା ଅନ୍ଧାରୀ ପାହାଡ଼ର ସୁରକ୍ଷା, ଜଙ୍ଗଲ ସଂରକ୍ଷଣ, ବନ୍ୟପ୍ରାଣୀଙ୍କ ସୁରକ୍ଷା, ପରିବେଶ ସୁରକ୍ଷାରେ ସହଭାଗିତା ଦିଗରେ ବ୍ୟାପକ ପଦକ୍ଷେପ ଏବଂ ସଚେତନତା ଆଦି କଲ୍ୟାଣକାରୀ ପଦକ୍ଷେପ ତାଙ୍କୁ ବିଶେଷଭାବେ ସମ୍ମାନର ଅଧିକାରୀ କରିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons