ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ : ଦୁଇ ଆହତ

Get real time updates directly on you device, subscribe now.

ରାୟଗଡା : ରାୟଗଡା ଅଶାନ୍ତ । ଗତ କାଲି ରାତିରେ ଆଞ୍ଜିୟାପେଟା ଓ ନୂଆସାହି ମଧ୍ୟରେ ଗେ।ଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ନୂଆସାହିର ଉମେଶ ଚନ୍ଦ୍ର ହିଆଲ ଓ ଆଂଜିୟାପେଟାର ହରିଶ ପଟ୍ଟନାୟକ ଆହତ ହୋଇଛନ୍ତି । ପୂର୍ବ ଶତ୍ରୃତାକୁ ନେଇ ଗେ।ଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି । ଉଭୟଙ୍କ ପକ୍ଷରୁ ରାୟଗଡା ଥାନାରେ ମାମଲା ରୁଜୁ କରାଯାଇଛି ।
ଆଜି ନୂଆସାହିର ଶତାଧିକ ପୁରୁଷ ମହିଳା ଥାନା ଭିତରକୁ ଧସେଇ ପଶିଥିଲେ । ପୁଲିସ ପଦକ୍ଷେପ ଗ୍ରହଣ କରିବା ଦାବିରେ ପାଟିତୁଣ୍ଡ କରିଥିଲେ । ଏମିତିକି ଅପରପକ୍ଷର ଜଣେ ଯୁବକଙ୍କୁ ଥାନା ସମ୍ମୁଖରେ ଆକ୍ରମଣ ଉଦ୍ୟମ ହୋଇଥିଲା । ଘଟଣାକୁ ନେଇ ଏବେବି ଉତ୍ତେଜନା ଲାଗି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons