ପ୍ରକାଶ ପାଇଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଯୁୂକ୍ତ ୩ ପରୀକ୍ଷା ଫଳ: ପାସ୍ ହାର ୭୦.୮୪ ପ୍ରତିଶତ

Get real time updates directly on you device, subscribe now.

ବାରିପଦା,(ବି.ବି.ନ୍ୟୁଜ୍): ବୁଧବାର ପ୍ରକାଶ ପାଇଛି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ (ସେମିଷ୍ଟାର) ପରୀକ୍ଷା ଫଳ । କଳା ବିଭାଗରେ ମୟୂରଭଞ୍ଜ ଜିଲ୍ଲା ସ୍ଥିତ ମହିଳା ମହାବିଦ୍ୟାଳୟ ରାଇରଙ୍ଗପୁରର ଛାତ୍ରୀ ଶୁଭଦର୍ଶିନୀ ଶ୍ୱେତପଦ୍ମା ସମୁଦାୟ ୧୪୦୦ରୁ ୧୩୧୧ ନମ୍ବର ରଖି ଟପର ହୋଇଛନ୍ତି । ବିଜ୍ଞାନ ବିଭାଗରେ ମୟୂରଭଞ୍ଜ ଜିଲ୍ଲାର ଉଦଳା କଲେଜରୁ ଛାତ୍ରୀ ପ୍ରଜ୍ଞା ପ୍ରମିତା ବେହେରା ୧୩୨୦ ନମ୍ବର ରଖି ଟପର ହୋଇଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ କେନ୍ଦୁଝର ଜିଲ୍ଲାର ବଡ଼ବିଲ୍ କଲେଜର ଛାତ୍ରୀ ପ୍ରବଜୋତ କାମ୍ବୋ ୧୦୪୮ ନମ୍ବର ରଖି ଟପର ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ୮୨ଟି କଲେଜରୁ ମୋଟ ୧୨୩୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୮୧୧ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ୩୨୧୪ ଜଣ ଫେଲ ହୋଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ସିବିସିଏସ୍ ପାଟର୍ଣ୍ଣରେ ପରୀକ୍ଷା ହୋଇଥିଲେ ମଧ୍ୟ ଗତବର୍ଷ ଅପେକ୍ଷା ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତିି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏଥର ପାସ୍ ହାର ୭୦.୮୪ ପ୍ରତିଶତ ରହିଛି । କଳା ବିଭାଗରେ ପରୀକ୍ଷା ଦେଇଥିବା ୮୩୭୮ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୪୫୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୯୯୮ ଜଣ ପିଲା ଫେଲ୍ ହୋଇଛନ୍ତି । କଳା ବିଭାଗରେ ପାସ୍ ହାର ୭୩.୧୮ ପ୍ରତିଶତ ରହିଛି । ବିଜ୍ଞାନ ବିଭାଗର ୩୧୩୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୮୧ ଜଣ ଛାତ୍ରଛାତ୍ରୀ ଉତ୍ତୀଣ୍ଣ ର୍ ହୋଇଛନ୍ତି । ଏହି ବିଭାଗରେ ପାସ୍ ହାର ୬୯.୭୫ ପ୍ରତିଶତ ରହିଛି ।
ସେହିପରି ବାଣିଜ୍ୟ ବିଭାଗରେ ମୋଟ ୮୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୭୪ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା ଜଣାପଡିଛି । ବାଣିଜ୍ୟ ବିଭାଗରେ ଚଳିତ ବର୍ଷ ପାସ ହାର ୫୧.୧୬ ପ୍ରତିଶତ ରହିଛି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୨୫ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଛନ୍ତି । କଳା ବିଭାଗରେ ୧୪ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଥିବା ବେଳେ ବିଜ୍ଞାନ ବିଭାଗରେ ୮ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ୩ ଜଣ ପରୀକ୍ଷାର୍ଥୀ ଟପ୍ପର ହୋଇଥିବା କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons