ପ୍ରତି ପଞ୍ଚାୟତରେ ହେବ କୋଭିଡ୍ କେୟାର ହୋମ୍: ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ମହାମାରୀ କରୋନା ବିରୋଧରେ ମୁକାବିଲା କରିବା ପାଇଁ ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ର ବ୍ୟବସ୍ଥା କରାଯାଇଛି । ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇପାରିବ । ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ହସ୍ପିଟାଲ ନିଆନଯାଇ ପ୍ରଥମେ କୋଭିଡ୍ କେୟାର ହୋମ୍ରେ ରଖାଯିବ । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯିବ । ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସନେ୍ଦଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି: କୋଭିଡ୍ କେୟାର ପରିଚାଳନାକୁ ବିକେନ୍ଦ୍ରୀକରଣ କରିବା ପାଇଁ ସହର ଓ ଗାଁରେ ୱାଡ୍ ସ୍ତରୀୟ କମିଟି ଗଠନ କରାଯିବ । ଏହି କୋଭିଡ୍ ପରିଚାଳନା କମିଟିରେ ଅଙ୍ଗନୱାଡି କର୍ମୀ , ଏଏନ୍ଏମ୍ ଓ ଏସ୍ଏଚ୍ଜିର ମାଆମାନେ ସଦସ୍ୟ ରହିବେ । ଏହି କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ଦିଆଯିବ । ବର୍ତ୍ତମାନର ଗାଁ କଲ୍ୟାଣ ସମିତି ଏହି କୋଭିଡ୍ ପରିଚାଳନା କମିଟିର ଦାୟିତ୍ୱ ନିର୍ବାହ କରିବେ । ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ । କୋଭିଡ୍ କେୟାର ହୋମ୍ ଓ ଟିଏମ୍ସିର ଦାୟିତ୍ୱ ପୂର୍ବବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ । ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି- ସହରାଞ୍ଚଳରେ ୱେଡ୍ କମିଟି ଗୁଡିକ ୱେଡ୍ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ । ଏଥିରେ ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବୀମାନେ ସଦସ୍ୟ ରହିବେ । ସେମାନେ ଘରକୁ ଘର ବୁଲି ଜନସାଧାରଣଙ୍କଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସହରାଞ୍ଚଳର ବସ୍ତି ଉପରେ କମିଟି ଅଧିକ ଫୋକସ୍ ଦେବା ସହିତ ବଡ ବଡ ବସ୍ତି ଗୁଡିକରେ କୋଭିଡ୍ କେୟାର ହୋମ୍ ମଧ୍ୟ ସ୍ଥାପନ କରାଯିବ । ସ କହିଛନ୍ତି – ଗତ ୩ ମାସରୁ ଅଧିକ ସମୟ ଧରି କରୋନା ଜନଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିଛି । ସବୁ ବର୍ଗ ଓ ସବୁ କ୍ଷେତ୍ର ଏହା ଦ୍ୱାରା ପ୍ରଭାବିତ ହୋଇଛି । ଯେହେତୁ ଏ ରୋଗର ଚିକିତ୍ସା ପାଇଁ ନିର୍ଦ୍ଧିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନାହିଁ । ତେଣୁ ସତର୍କତା ହିଁ ଆମ ପାଇଁ ଶ୍ରେÂ ଉପାୟ । ସାମାଜିକ ଦୂରତ୍ୱ , ମାସ୍କ ବ୍ୟବହାର ଓ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ୱାରା ହିଁ ଏ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons