ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ଗାଁକୁ ପଠାଇଲା ପୋଲିସ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ଦେବଗଡ଼ ଜିଲ୍ଲା ବାରକୋଟରେ କାମ କରୁଥିବା ୨୧ ଜଣ ପ୍ରବାସୀ ଶ୍ରମିକଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ ଏକବସ୍ ଯୋଗେ ସେମାନଙ୍କ ଗାଁ ଉତ୍ତରପ୍ରଦେଶର ଫତେପୁରକୁ ପଠାଇ ଦେଇଛି । ଏହି ଶ୍ରମିକମାନେ ବାରକୋଟରେ ଜାତୀୟ ରାଜପଥ ସମ୍ପ୍ରସାରଣ କାମ କରୁଥିଲେ । ଲକ୍ଡାଇନ୍ ପରେ ଠିକାଦାର ଏହି ଶ୍ରମିକମାନଙ୍କ କଥା ବୁଝି ନଥିଲେ । ସେମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରି ନଥିଲେ କି ଟଙ୍କା ମଧ୍ୟ ଦେଇ ନଥିଲେ । ତେଣୁ ଶ୍ରମିକମାନେ ନିଜ ଗାଁକୁ ଚାଲି ଚାଲି ଯିବା ପାଇଁ ଚିନ୍ତା କରିଥିଲେ । ସେମାନେ ୧୭ ତାରିଖ ଦିନ ଚାଲି ଚାଲି ଉତ୍ତରପ୍ରଦେଶ ବାହାରିଥିଲେ । ତେବେ ରାଉରକେଲା ବିଶ୍ରା ଛକରେ ପ୍ଳାଣ୍ଟସାଇଟ୍ ଥାନା ପୋଲିସ ସେମାନଙ୍କୁ ସୋମବାର ରାତିରେ ଅଟକାଇଥିଲେ । ଏହାସହ ସେମାନଙ୍କୁ ଖାଇବାକୁ ଦେଇଥିଲେ । ଏହାପରେ ମଙ୍ଗଳବାର ସକାଳେ ଏକ ବସ୍ ଯୋଗେ ସେମାନଙ୍କୁ ଉତ୍ତରପ୍ରଦେଶ ପଠାଇ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons