‘ପ୍ରେମ୍ ଏଟିଏମ୍’

Get real time updates directly on you device, subscribe now.

ବାଣେଶ୍ୱରୀ ଫିଲ୍ମସ ବ୍ୟାନରରେ ନିର୍ମିତ ଓଡ଼ିଆ ସିନେମା ‘ପ୍ରେମ୍ ଏଟିଏମ୍’ । କୋଟିପତି ହେବା ନିଶାରେ ଯୁବକ ପ୍ରେମକୁ ଠିକଣା ଭାବେ ବାଛି ନେଇ ଜଣକୁ ବିବାହ କରି ଅନ୍ୟଜଣକ ପ୍ରେମରେ ପଡ଼ି କେମିତି ଆଗେଇ ଚାଲିଛି, ତାହା ଏ ସିନେମାର ମୂଳ ପୃଷ୍ଠଭୂମି । ସୁରେନ୍ଦ୍ର ନାରାୟଣ ପ୍ରଧାନ ଏବଂ ନବନୀତା ମିଶ୍ର ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ସାହୁ । ଲିଡ୍ରେ ପ୍ରଦୀପ, ଦିବ୍ୟାଙ୍କ ସହ ଲିପିକା ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ, ସ୍ନିଗ୍ଧା ମହାନ୍ତି, ଗୁଡ୍ଡୁ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି । ଗୀତ ରଚନା ନିର୍ମଳ ନାୟକ କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଅଭିଜିତ୍ ମଜୁମ୍ଦାର୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons