ପ୍ରେମ ଓ ପ୍ରତାରଣା ପରେ ଯୁବତୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଦାମନଗର,(ବି.ବି.ନ୍ୟୁଜ୍): ଭଦ୍ରକ ଜିଲା ଦୁଷୁରୀ ଥାନା ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତ ବାଙ୍କମୁହାଁ ଗ୍ରାମରେ ପ୍ରେମ ଓ ପ୍ରତାରଣା ପରେ ଜଣେ ଯୁବତୀ ଆତ୍ମହତ୍ୟା କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଙ୍କମୁହାଁ ଗ୍ରାମର ବାବାଜୀ ଚରଣ ସେଠୀଙ୍କ ଝିଅ ସୁଭଦ୍ରା (୨୪) ଏବଂ ସେହି ଗ୍ରାମର ବିଦ୍ୟାଦର ମାଝୀଙ୍କ ପୁଅ ସନ୍ତୋଷଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ବିବାହ ପାଇଁ ସନ୍ତୋଷ ରାଜି ନ ହୋଇ ତାଙ୍କୁ ପ୍ରତାରଣା କରିଥିଲେ । ସୁଭଦ୍ରା ଲୋକ ଲଜ୍ୟା ସହ୍ୟ କରି ନପାରି ଶେଷରେ ଗତକାଲି ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏସମ୍ପର୍କରେ ମୃତା ସୁଭଦ୍ରାଙ୍କ ଭାଇ ବବ୍ରୁର ବାହନ ସେଠୀ ଦୁଷୁରୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons