ପ୍ରେମ ଓ ପ୍ରତାରଣା ପରେ ଯୁବତୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଧାମନଗର,(ବି.ବି.ନ୍ୟୁଜ୍): ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତ ବାଙ୍କମୁହାଁ ଗ୍ରାମରେ ପ୍ରେମ ଓ ପ୍ରତାରଣା ପରେ ଜଣେ ଯୁବତୀ ଆତ୍ମହତ୍ୟା କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରକାଶ ଯେ ବାଙ୍କମୁହାଁ ଗ୍ରାମର ବାବାଜୀ ଚରଣ ସେଠୀଙ୍କ ଝିଅ ସୁଭଦ୍ରା (୨୪) ସେହି ଗ୍ରାମର ବିଦ୍ୟାଧର ମାଝୀଙ୍କ ପୁଅ ସନ୍ତୋଷଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଦୀର୍ଘ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ବିବାହ ପାଇଁ ସନ୍ତୋଷ ରାଜି ନ ହୋଇ ତାଙ୍କୁ ପ୍ରତାରଣା କରିଥିଲେ । ସୁଭଦ୍ର ଲୋକ ଲଜ୍ୟା ସହ୍ୟ କରି ନ ପାରି ଶେଷରେ ଗତକାଲି ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏସମ୍ପର୍କରେ ମୃତା ସୁଭଦ୍ରାଙ୍କ ଭାଇ ବବ୍ରୁର ବାହନ ସେଠୀ ଧୁଷୁରୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଥାନାରେ କେଶ ନଂ ୧୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜଳାଇଛି । ଶବ ବ୍ୟବଚ୍ଛେଦ ଓ ତଦନ୍ତ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons