ପାରାଦୀପ,(ବି.ବି.ନୁ୍ୟଜ): ପାରାଦୀପ ଲକ୍ ଥାନା ଅଧୀନ ଗଡ଼ ବଜାରରେ ଥିବା କ୍ରୀଷ୍ଣା ନାମକ ଔଷଧ ଦୋକାନରେ କାର୍ଯ୍ୟରତ ଫାର୍ମାସିଷ୍ଟ ଜଣେ ଗୁରୁତର ରୋଗୀଙ୍କୁ ଭୁଲ୍ ଇଞ୍ଜେକ୍ସନ୍ ଦେବା ଫଳରେ ରୋଗୀଙ୍କ ମୃତୁ୍ୟ ଘଟଣାରେ ଫାର୍ମାସିଷ୍ଟ ଜୀବନଜ୍ୟୋତି ପ୍ରଧାନଙ୍କୁ ଲକ୍ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ଘର ଢେଙ୍କାନାଳରେ ବୋଲି ଜଣାପଡ଼ିଛି । ଆଜି ଡ୍ରଗ୍ ଇନ୍ସପେକ୍ଟର ଓ ତାଙ୍କ ଟିମ୍ ଉକ୍ତ ଦୋକାନରେ ଚଢ଼ଉ କରିଥିବା ବେଳେ ଇଞ୍ଜେକ୍ସନ୍ ଦୁଇଟିକୁ ଜବତ କରିଥିବା ଜଣାପଡ଼ିଛି । ବିନା ପ୍ରେସକ୍ରିପସନ୍ରେ ବିନା ଡାକ୍ତରୀ ପରାମର୍ଶରେ ଜଣେ ଗୁରୁତର ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗରେ ଫାର୍ମାସିଷ୍ଟ ଗିରଫ ହୋଇଥିବା ବେଳେ ଦୋକାନର ମାଲିକ ଛାଡ଼ ପାଇଯାଇଛନ୍ତି ।
ସୂଚନା ମୁତାବକ ଗତକାଲି ପାରାଦୀପଗଡ଼ ବାଲିସାହି ଅଞ୍ଚଳର ରବୀନ୍ଦ୍ର ସାହୁଙ୍କୁ କ୍ରୀଷ୍ଣା ମେଡ଼ିସିନ୍ ଷ୍ଟୋରର ଫାର୍ମାସିଷ୍ଟ ଦୁଇଟି ଭୁଲ୍ ଇଞ୍ଜେକ୍ସନ ଦେବା ଫଳରେ ତାଙ୍କର ମୃତୁ୍ୟ ହୋଇଥିବା ନେଇ ଲକ୍ ଥାନାରେ ମୃତ ରବୀନ୍ଦ୍ରଙ୍କ ପତ୍ନୀ ଅଭିଯୋଗ କରିଥିଲେ । ପୁଲିସ ଆଜି ଜୀବନଜ୍ୟୋତିଙ୍କୁ ଗିରଫ କରିଥିବା ବେଳେ ଉକ୍ତ ଦୋକାନରେ ବିଭାଗୀୟ ଚଢ଼ଉ ହୋଇଥିଲା । ମାତ୍ର ଏହି ଘଟଣାକୁ ନେଇ ଏବେ ନାନା ସନେ୍ଦହ ଦେଖାଦେଇଛି । ଔଷଧ ଦୋକାନରେ ପୂର୍ବରୁ ଏଭଳି କାରବାର ଚାଲୁଥିବା ଏକ ପ୍ରକାର ନିଶ୍ଚିତ ହୋଇଛି । ବିନା ଡ଼ାକ୍ତରୀ ପ୍ରେସକ୍ରିପସନ୍ରେ ଫାର୍ମାସିଷ୍ଟ୍ ମାନେ ରୋଗୀଙ୍କୁ ଚିକିତ୍ସା କରୁଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଏପରିକି ଆଜି ଚଢ଼ଉ େବେଳ ପାଖରେ ଥିବା ଅନ୍ୟ ଔଷଧ ଦୋକାନ ଗୁଡ଼ିକ ଛାଏଁ ଛାଏଁ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା ।ସଟର୍ ପକାଇ ଦୋକାନି ମାନେ ପଳାଇଥିଲେ । ତେଣୁ ଏଭଳି କାରବାର ପ୍ରାୟତଃ ଅନ୍ୟ ଦୋକାନ ଗୁଡ଼ିକରେ ଚାଲୁଥିବା ନେଇ ସନେ୍ଦହ ବଢ଼ିଛି । ଏପରିକି ଗତକାଲି ପୁଲିସରେ ଅଭିଯୋଗ ହେବା ପରେ ଆଜି ଚଢ଼ଉ ହେବ ବୋଲି ପ୍ରଚାର ହେବା ପରେ ପୂର୍ବରୁ ଅନେକ ଦୋକାନି ପେଟି ପେଟି ଔଷଧ ଲୁଚାଇ ଅନ୍ୟତ୍ର ବୋହି ନେଇଥିବା ଘଟଣା ସାମ୍ନାକୁ ଆସିଛି । ତେଣୁ ଯଦି ବିଭାଗ ପକ୍ଷରୁ ନିୟମିତ ଅନ୍ତରାଳରେ ଚଢ଼ଉ କରାଯାଆନ୍ତା ତେବେ ଏଭଳି ଅଘଟଣକୁ ରୋକାଯାଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।


Comments are closed, but trackbacks and pingbacks are open.