ମୈଦଲପୁର: ପାପଡ଼ାହାଣ୍ଡି ବ୍ଲକ ଧନସୁଲି ଅସ୍ଥାୟୀ ଶିବିରକୁ ଆଜି ପାହାନ୍ତା ପ୍ରହରରେ ସୁଦୂର ହାଇଦ୍ରାବାଦରୁ ୬୪ଜଣ ପ୍ରବାସୀ ଜିଲ୍ଲା ପ୍ରଶାସନର ସହଯୋଗରେ ଫେରିଛନ୍ତି । ରାପିଡ୍ ରେଶପନ୍ସ ଟିମ୍-୨ର ଡାକ୍ତର ଇତିଶ୍ରୀ ପୋଲାଇଙ୍କ ନେତୃତ୍ୱରେ ଲାବୋରେଟୋରୀ ଟେକ୍ନିସିଆନ ସତ୍ୟଜିତ୍ ଟାକ୍ରୀ, ଏଏନଏମ କାଜଲ ରାଓ ସେମାନଙ୍କର କରୋନା ଟେଷ୍ଟ କରିଥିଲେ । ସୂଚନା ଅନୁଯାୟୀ, ଫେରିଥିବା ତେନ୍ତୁଳିଖୁଣ୍ଟି ବ୍ଲକର ୨ଜଣ, ଡାବୁଗାଁର ୮ଜଣ, ଉମରକୋଟ ୮, ଝରିଗାଁ ୪୨ ଓ ଚନ୍ଦାହାଣ୍ଡିରୁ ୪ଜଣଙ୍କ ଟେଷ୍ଟ କରାଯାଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ପଜିଟିଭ୍ ଥିବା ଚିହ୍ନଟ ହୋଇଥିଲା । ଏହି ସମୟରେ ତୁମ୍ବର୍ଲା ପିଇଓ ସଞ୍ଜୟ ମହାଙ୍କୁଡ଼, ଜିଆରଏସ୍ ଅମିତ କୁମାର ସାହୁ ଉପସ୍ଥିତ ଥିଲେ । ଫେରିଥିବା ପ୍ରବାସୀମାନଙ୍କୁ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରାଯିବା ସହ ପଜିଟିଭ୍ ଚିହ୍ନଟ ୨ଜଣଙ୍କୁ ଅଲଗା ଗାଡ଼ିରେ ପଠାଇ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିବା ପିଇଓ ମହାଙ୍କୁଡ଼ କହିଛନ୍ତି ।
ରିପୋର୍ଟ: ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.