ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବଜ୍ରକାପ୍ତା ରାକେଟ୍ ସକ୍ରିୟ । ବିଳମ୍ବିତ ରାତିରେ ଜୀବନ୍ତ ବଜ୍ରକପ୍ତା ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ଏହାସହ ଦୁଇଟି ଗାଡି ମଧ୍ୟ ଜବତ ହୋଇଛି।
ସୂଚନାଯୋଗ୍ୟ ଯେ, ଏମାନେ ଏକ ଜୀବନ୍ତ ବଜ୍ରକପ୍ତାକୁ ବାରିପଦା ଆଣିବା ବାଟରେ କାଠଶିରିଶି ନିକଟସ୍ଥ ଦିୁର୍ଗାଢାବା ପାଖରେ ବନ ବିଭାଗ ଅଟକାଇଥିଲା । ବଜ୍ରକାପ୍ତା ପାଇଁ ୧୪ଲକ୍ଷ ଟଙ୍କାରେ ଡିଲ୍ ହୋଇଥିବା ଜଣାପଡିଛି । ଗିରଫ ଚୋରା ଚାଲାଣକାରୀମାନେ ହେଉଛନ୍ତି ଝାରପୋଖରିଆ ଅଞ୍ଚଳର ପ୍ରେମଖେଲ ମୁର୍ମୁ, ଗୋରୁମହିଷାଣି ଥାନା ଅଞ୍ଚଳର କୃଷ୍ଣଚନ୍ଦ୍ର ହାଁସଦା ଏବଂ ବାଦାମପାହାଡ ଅଞ୍ଚଳର ପ୍ରଦୀପ ମହାକୁଡ ଓ ଶରତ ମହାନ୍ତ। ଏମାନଙ୍କୁ ବନବିଭାଗ ଅଟକ ରଖି ତଦନ୍ତ ଜାରି ରଖିଛି।


Comments are closed, but trackbacks and pingbacks are open.