ବଜ୍ରାଘାତରେ ଚାଷୀ ମୃତ

Get real time updates directly on you device, subscribe now.

ଖୁଣ୍ଟା,(ବି.ବି.ନ୍ୟୁଜ୍): ଖୁଣ୍ଟା ଥାନା ଅନ୍ତର୍ଗତ କଳାଯମୁନା ଗାଁର ହାଡ଼ିବନ୍ଧୁ ଟୁଡୁ(୬୦)ଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି । ହାଡ଼ିବନ୍ଧୁ ବୁଧବାର ନିଜ ଚାଷଜମିକୁ ପାଣି ମଡ଼ାଉଥିବା ବେଳେ ବର୍ଷା ହୋଇଥିଲା । ଏହି ସମୟରେ ବଜ୍ରପାତ ହେବାରୁ ସେ ବିଲରେ ଟଳି ପଡ଼ିଥିଲେ । ରାତିଯାଏ ସେ ଘରକୁ ନଫେରିବାରୁ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ଗୁରୁବାର ସକାଳେ ହାଡ଼ିବନ୍ଧୁ ବିଲରେ ପଡ଼ିଥିବା ଦେଖି ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି । ଏନେଇ କେସ୍ ନଂ ୩୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons