ବଜ୍ରାଘାତରେ ଜଣେ ଶିଶୁ ମୃତ, ୩ ଆହତ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଜାଏସରିଆ ଠାରେ ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ବଜ୍ରାଘାତରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଶିଶୁ ଆହତ ହୋଇଛନ୍ତି ।
ଜାଏସରିଆ ଗ୍ରାମରେ ରହୁଥିବା ପବିତ୍ର ନାଏକଙ୍କ ୭ ବର୍ଷର ପୁଅ ମୌସମ ତାର ୩ ଜଣ ସାଙ୍ଗ ନିଲିମା ନାଏକ, ଶୁଭମ କିଶାନ ଓ ଯଶୋଦା ପ୍ରଧାନଙ୍କ ସହ ଘର ନିକଟରେ ଥିବା ଏକ ଗଛ ମୂଳେ ଖେଳୁଥିଲେ । ହଠାତ ଆକାଶରେ କଳା ହାଣ୍ଡିଆ ମେଘ ଢ଼ାଙ୍କି ଆସିଥିଲା । ଏହି ସମୟରେ ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହୋଇଥିଲେ । ଯେଉଁ ଗଛ ମୂଳେ ଶିଶୁମାନେ ଖେଳୁଥିଲେ ସେଠାରେ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ମୌସମର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିଲା । ବଜ୍ରାଘାତରେ ମୌସମର ମୃତ୍ୟୁ ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons