ବଡ଼ରମା ଅଭୟାରଣ୍ୟରେ ଚିତା ବାଘର ମୃତୁ୍ୟ

Get real time updates directly on you device, subscribe now.

ଜମନକିରା,(ବି.ବି.ନୁ୍ୟଜ୍): ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଅଧୀନ ବଡ଼ରମା ଅଭୟାରଣ୍ୟ କୁତବ ବିଟ୍ ଅଞ୍ଚଳ ସାନଜର୍ଲି ସଂରକ୍ଷିତ ଜଙ୍ଗଲରେ ଦୁଇ ଦିନ ତଳେ ଏକ ଅଣ୍ଡିରା ଚିତା ବାଘର ସନେ୍ଦହଜନକ ମୃତୁ୍ୟ ଘଟିଛି । ତେବେ ମୃତୁ୍ୟ ସ୍ୱାଭାବିକ ନା ଶିକାର ତାହା ସ୍ପଷ୍ଟ ହୋଇନାହିଁ । ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ଏନେଇ ନିରବତା ଛାଇ ଯାଇଥିବା ବେଳେ ବିଭାଗ ପକ୍ଷରୁ ସ୍ୱାଭାବିକ ମୃତୁ୍ୟ ଦର୍ଶାଇ ଘଟଣା ଚାପି ଦେବାକୁ ଉଦ୍ୟମ କରାଯାଉଛି!
ସୂଚନାନୁଯାୟୀ ଅଭୟାରଣ୍ୟ ମଧ୍ୟରେ ୨୦୧୯-୨୦ ବାଘ ଗଣନା ସର୍ଭେ ଅନୁଯାୟୀ ମାତ୍ର ୩ଟି ଚିତା ବାଘ ଥିବା ଜଣାପଡ଼ିଛି । ବଡ଼ରମା ଅଭୟାରଣ୍ୟ ଅଞ୍ଚଳ କୁତବ ବିଟ୍ ଅଧୀନ ସାନଜର୍ଲି ସଂରକ୍ଷିତ ଜଙ୍ଗଲରେ ଦୁଇଦିନ ତଳେ ଏକ ଅଣ୍ଡିରା ବାଘ ମରି ପଡ଼ିଥିବା କିଛି ଗ୍ରାମବାସୀଙ୍କ ସହ ଜଙ୍ଗଲ ଜଗୁଆଳୀ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଗୁଆଳୀ ସୂଚନା ଦେଇଥିଲେ । ସମ୍ୱଲପୁର ଆଞ୍ଚଳିକ ବନ ସଂରକ୍ଷକ ଓ ବାମରା ଡିଏଫ୍ଓ ଘଟଣାସ୍ଥଳକୁ ପହଞ୍ଚô ପାରିପାଶ୍ୱିକ ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । କୁତବ, ସାନ ବାଦିବାହାଲ, ରେଙ୍ଗୁମଣ୍ଡା ଗ୍ରାମବାସୀଙ୍କ ଆଶ୍ଚର୍ଯ୍ୟଜନକ ନିରବତା ଘଟଣାକୁ ରହସ୍ୟମୟ କରିଛି । ଅନ୍ୟପକ୍ଷେ ବନ ବିଭାଗ ପକ୍ଷରୁ ଏହି ଘଟଣାକୁ ଚାପି ଦେବାକୁ ଜୋରସୋର ଉଦ୍ୟମ କରାଯାଉଥିବା ଚର୍ଚ୍ଚା ହେଉଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବାଘ ମୃତୁ୍ୟର ସଠିକ କାରଣ ଜଣାପଡ଼ିବ ବୋଲି ପରିବେଶପ୍ରେମୀ ମହଲରେ ଦାବି ଉଠିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons