ବଡ଼ ଭାଇର ତୀର ମାଡ଼ରେ ସାନ ଭାଇ ଗୁରୁତର

Get real time updates directly on you device, subscribe now.

ମୟୂରଭଞ୍ଜ,(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ହୁଡ଼ିସାହି ଗାଁରେ ବଡ଼ ଭାଇର ତୀର ମାଡ଼ରେ ସାନ ଭାଇ ଗୁରୁତର ହୋଇଛି । ଗୁରୁତର ଥିବା ସାନ ଭାଇର ନାଁ ଶିବନ ହେମ୍ବ୍ରମ୍ । ବଡ଼ଭାଇର ନାଁ ମାନସିଂ ହେମ୍ବ୍ରମ । ସୂଚନାଯୋଗ୍ୟ, ପୂର୍ବରୁ ଏହି ଦୁଇ ଭାଇଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ରହି ଆସିଥିଲା । ସୋମବାର ରାତିରେ ଶିବନ ଘରେ ଶୋଇଥିବା ବେଳେ ବଡ଼ଭାଇ ମାନସିଂ ତାଙ୍କୁ ତୀର ମାଡ଼ କରିଥିଲା । ତୀରଟି ଶିବନଙ୍କ ଛାତିରେ ପଶିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଡ଼ଭାଇ ମାନସିଂଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons