ବଦଳିବ ବରୁଣେଶ୍ୱର ପୀଠର ରୁପରେଖ

Get real time updates directly on you device, subscribe now.

ବିଞ୍ଝାରପୁର,(ବି.ବି.ନୁ୍ୟଜ୍): ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ସ୍ଥିତ ବରୁଣେଶ୍ୱର ପୀଠର ରୂପରେଖ ବଦଳିବ । ନୂତନ ମନ୍ଦିର ନିର୍ମାଣ ସହିତ ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ କରାଯିବ । ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନୂତନ ଭାବେ ନିର୍ମାଣ କରାଯାଇ ଏହି ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନ କ୍ଷେତ୍ରର ଭରପୂର ବିକାଶ କରାଯିବ । ଏ ନେଇ ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଜିଲ୍ଲାପାଳ ରଂଜନ କୁମାର ଦାସ ଆଜି ବରୁଣେଶ୍ୱର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବେଳେ ମତ ରଖିଛନ୍ତି । ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ଅନ୍ୟତମ ପ୍ରମୁଖ ଐତିହ୍ୟ ସମ୍ପନ୍ନ ଏହି ପୀଠର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୩ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ବିଞ୍ଝାରପୁର ବ୍ଲକର ବିଭିନ୍ନ ପ୍ରାନ୍ତରୁ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟିକା ଶ୍ରୀମତୀ ମଲ୍ଲିକ ମଧ୍ୟ ଲୋକଙ୍କ ଦାବିକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରିଥିଲେ ।
ଆଜି ପୂର୍ବାହ୍ନରେ ବିଧାୟିକା ଶ୍ରୀମତୀ ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲାପାଳ ଶ୍ରୀ ଦାସ, ଆଇଏଏସ୍ ପ୍ରୋବେସନ୍ ସଚିନ ପାୱାର, ଉପ ଜିଲ୍ଲାପାଳ ନାରଣ ଚନ୍ଦ୍ର ଧଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ବିଡିଓ ମିନତୀ ଜଗଦେବ, ତହସିଲଦାର ଅସ୍ମିତା ଦାଶ, ବିଞ୍ଝାରପୁର ଥାନାଧିକାରୀ ଶିବ ଚରଣ ବେହେରା, ଆର୍କିଟେକ୍ଚର ଆର୍ ତ୍ରିପାଠୀ ପ୍ରମୁଖ ବରୁଣେଶ୍ୱର ମନ୍ଦିରରେ ପହଞ୍ଚô ମନ୍ଦିର ନବୀକରଣ ଦିଗରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସରପଞ୍ଚ ଦେବାନନ୍ଦ ମଲ୍ଲିକ, ସମିତିସଭ୍ୟ ସମୀର କୁମାର ଜେନା, ବରୁଣେଶ୍ୱର ଉନ୍ନୟନ କମିଟି ସଭାପତି ହେମେନ୍ଦ୍ର ସାମଲ, ସମ୍ପାଦକ ପ୍ରଫୁଲ୍ଲ ନାୟକ, ସମାଜସେବୀ ରବୀନ୍ଦ୍ର କୁମାର ପରିଡ଼ା, ନୃସିଂହ ଚରଣ ପଣ୍ଡା, ସୁରେନ୍ଦ୍ର କୁମାର ପଣ୍ଡା, ବାଚନ ପଣ୍ଡା, ନରେନ୍ଦ୍ର ପଣ୍ଡା, ପର୍ଶୁରାମ ପଣ୍ଡା, ଦଶରଥ ପଣ୍ଡା, ସରୋଜ ସାମଲ, ଧ୍ରୁବ ଚରଣ ସେଠୀ, ଗୋବିନ୍ଦ ଚନ୍ଦ୍ର ଜେନା, ପ୍ରସନ୍ନ କୁମାର ପରିଡ଼ା, ପର୍ଶୁରାମ କବି, କାମଦେବ ଧଳ, ମନୋରଂଜନ ଧଳ, ମାନ ଗୋବିନ୍ଦ ଧଳ, ବିପିନ କୁମାର ବଳ, ସଂଜୟ କୁମାର ପଣ୍ଡା, ବିଜୟ କୁମାର ପରିଡ଼ା, ସିଲୁ ମହାନ୍ତି, ଅମରେନ୍ଦ୍ର ନାୟକ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ତୁରନ୍ତ ଏହି ଶୈବ କ୍ଷେତ୍ରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଓ ବିଧାୟିକା ଶ୍ରୀମତି ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons