ପୁରୀ(ବି.ବି.ନୁ୍ୟଜ୍): ଅମ୍ଫାନ୍ ବାତ୍ୟା ପ୍ରଭାବରେ ମେଘୁଆ ପାଗରେ ରଥଖଳାରେ ତିନି ରଥ ନିର୍ମାଣ କାମ ଚାଲିଛି । ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ ରଥ କାମରେ ଲାଗିପଡିଛନ୍ତି ବିଶ୍ୱକର୍ମା । ଅମ୍ଫାନ୍ ପାଇର୍ ଦୁଇ ଦିନ ରଥ ନିର୍ମାଣ କାମ ବନ୍ଦ ରଖିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । କିନ୍ତୁ ବାତ୍ୟା ପ୍ରଭାବ ସେତେଟା ନ ଥିବାରୁ ସ୍ୱାଭାବିକ ଭାବେ ସକାଳୁ କାମ ଚାଲିଛି । ରଥର ଯେଉଁ ସବୁ ଅଂଶ ତିଆରି ହୋଇଗଲାଣି, ସେଗୁଡିକୁ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଛି । ଇତି ମଧ୍ୟରେ ସମସ୍ତ ୪୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷର ୯ଟି , ଦେବୀ ସୁଭଦ୍ରାଙ୍କ ରଥର ୭ଟି ଏବଂ ବଳଭଦ୍ରଙ୍କ ରଥର ୮ଟି ଚକ କାର୍ଯ୍ୟ ଏଯାଏଁ ସମ୍ପନ୍ନ ହୋଇଛି ।
Comments are closed, but trackbacks and pingbacks are open.