ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ): ନିଜ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ହେଉଛନ୍ତି ବିଏସଏଫ୍ର ଇନ୍ଦର ସିଂ । ଏଭଳି ଅଭାବନୀୟ ଘଟଣା ଘଟିଛି ନନ୍ଦପୁର ବ୍ଲକ ଜଲାପୁଟ ୧୫ନମ୍ବର ବିଏସଏଫ୍ ବାଟାଲିୟନ୍ କ୍ୟାମ୍ପରେ । ମୃତ ଯବାନଙ୍କ ଘର ରାଜସ୍ଥାନରେ । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନି । କମାଣ୍ଡାଣ୍ଟ ପ୍ରକାଶ କୁମାର ଶୁକ୍ଳା ଥାନାକୁ ଏ ସଂପର୍କରେ ଖବର ଦେଇଥିଲେ । ଜଲାପୁଟ ଓ ଲମତାପୁଟ ପୁଲିସ ପହଞ୍ଚି ଶବ ସହ ଅତ୍ମହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଛି । ଲମତାପୁଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ କମ୍ପାନି କମାଣ୍ଡାଣ୍ଟଙ୍କୁ ହସ୍ତାନ୍ତର କରାଯାଇଛି । ଶବକୁ କୋରାପୁଟ ବିଏସଏଫ କ୍ୟାମ୍ପକୁ ନିଆଯାଇ ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବ । ସେଠାରୁ ରାଜସ୍ଥାନ ପଠାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
କମାଣ୍ଡାଣ୍ଟ ଶ୍ରୀ ଶୁକ୍ଳାଙ୍କ ସୂଚନା ଅନୁଯାୟୀ, ଇନ୍ଦର ନିଜ ଗାଁକୁ ମାସେ ଛୁଟିରେ ଯାଇ ଶୁକ୍ରବାର ଫେରିଥିଲେ ଏବଂ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ କୌଣସି ମାନସିକ ଚାପରେ ନଥିବା ସହଯୋଗୀ ଯବାନମାନେ କହିଥିଲେ । ଆଜି ସକାଳ ପ୍ରାୟ ୮ରେ ଶ୍ରୀ ଶୁକ୍ଳା ସମ୍ପୃକ୍ତ ଯବାନଙ୍କୁ ତାଙ୍କ ଯାତ୍ରା ବିଷୟରେ ଏବଂ ପରିବାର ସମ୍ପର୍କରେ ପଚାରି ବୁଝିଥିଲେ । ଯବାନ ଜଣଙ୍କ କୁଆଡେ ବେଶ୍ ଖୁସିର ସହ କଥା ହୋଇଥିଲେ । ଏହାର କିଛି ସମୟ ପରେ କ୍ୟାମ୍ପରୁ ହଠାତ୍ ଗୁଳି ଶବ୍ଦ ଶୁଭିଥିଲା । ସମସ୍ତ ଯବାନ ଯାଇ ଦେଖିଲା ବେଳକୁ ଇନ୍ଦର୍ ଘଟଣାସ୍ଥଳରେ ଟଳି ପଡିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons