ବନ୍ୟଜନ୍ତୁ ଶିକାର ପାଇଁ ଜାଲ ହେଲା କାଳ

Get real time updates directly on you device, subscribe now.

କେନ୍ଦୁଝର , (ବି.ବି.ନୁ୍ୟଜ୍): ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଫାଶ ବସାଇ ବିଦୁ୍ୟତ୍ ସଂଯୋଗ କରିଥିଲେ । ହେଲେ ନିଜେ ବିଛାଇ ଥିବା ଫାଶରେ ନିଜେ ପଡ଼ି ଗଲେ ଓ ଜୀବନ ହରାଇଲେ । ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ଜେନାଦର ସଂରକ୍ଷିତ ଜଙ୍ଗଲରେ । ମୃତକ ଜଣକ ଜେନାଦର ଗାଁର କାର୍ତ୍ତିକ କିଶାନ । ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ଶିକାର ପାଇଁ କାର୍ତ୍ତିକ ଆଉ କିଛି ଲୋକଙ୍କ ସହିତ ମିଶି ଜେନାଦର ସଂରକ୍ଷିତ ଜଙ୍ଗଲରେ ଫାଶ ବସାଇଥିଲେ । ଜଙ୍ଗଲ ମଧ୍ୟରେ ଯାଇଥିବା ୧୧ କେଭି ବିଦୁ୍ୟତ୍ ତାର ସହିତ ଫାଶକୁ ସଂଯୋଗ କରିଥିଲେ । ସନ୍ଧ୍ୟା ବେଳେ ଫାଶରେ ଜନ୍ତୁ ପଡିଛନ୍ତି କି ନାହିଁ ଦେଖିବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ଯୋଗୁ ଫାଶର ତାର କାର୍ତ୍ତିକଙ୍କ ଦେହରେ ଲାଗିଯାଇଥିଲା । ସେ ଗୁରୁତର ଅବସ୍ଥାରେ ତଳେ ପଡି ଯାଇଥିଲେ । ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତେଲକୋଇ ଡାକ୍ତରଖାନା ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ କାର୍ତ୍ତିକଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons