ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୨୦୧୭ ଜୁଲାଇ ୧୬ ତାରିଖରେ ଆସିଥିଲା ପ୍ରଳୟଙ୍କାରୀ ବନ୍ୟା । ବନ୍ୟାରେ କଲ୍ୟାଣସିଂହପୁର, ମାଝିଗୁଡ଼ା ଓ ବୁଡ଼ାଗୁଡ଼ା ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ବନ୍ୟା ହେବା ୩ ବର୍ଷ ବିିତିଯାଇଥିଲେ ମଧ୍ୟ ଅବସ୍ଥା ସୁଧୁରିନାହିଁ । ଏଭଳି ଦେଖିବାକୁ ମିଳିଛି ମାଝିଗୁଡ଼ା ପଞ୍ଚାୟତ କତାଗୁଡ଼ା ଗାଁରେ ।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗାଁରେ ୩୨ ପରିବାରର ୧୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ରାସ୍ତାଟିଏ ନଥିବାରୁ ସେମାନଙ୍କ ଜୀବନ ଦୁର୍ବିଷହ ପାଲଟିଛି । ୨୦୧୭ ମସିହା ପର୍ଯ୍ୟନ୍ତ ଏକ ମାଟି ରାସ୍ତା ଏହି ଗାଁକୁ ସଂଯୋଗ କରିଥିଲା । ବନ୍ୟା ଯୋଗୁ ରାସ୍ତାଟି ଧୋଇ ହୋଇଯାଇଥିଲା । ଜିଲୁଣ୍ଡା ଗାଁରୁ କତାଗୁଡ଼ା ପର୍ଯ୍ୟନ୍ତ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ହେଲେ ସେହିଦିନଠାରୁ ଏହି ରାସ୍ତାର ମରାମତି କିମ୍ବା ନବୀକରଣ କରାଯାଇ ନାହିଁ । ରାସ୍ତା ନିର୍ମାଣ ପାଇଁ ବାରମ୍ବାର ନିବେଦନ କଲେ ମଧ୍ୟ ବ୍ଲକ କର୍ତ୍ତୃର୍ପକ୍ଷ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ କହିଛନ୍ତି । ମନରେଗା ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଦାବି ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପ୍ରତ୍ୟେକ ମୁହୂର୍ତ୍ତରେ ଯାତାୟତ ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବା ଗାଁର ଚିନ୍ତାମଣି ପ୍ରାସ୍କା, ରମେଶ ପ୍ରାସ୍କା, କାମେଶ୍ୱର ପ୍ରାସ୍କା ପ୍ରମୁଖ ଅଭିଯୋଗ କରିଛନ୍ତି । ମୁଖ୍ୟତଃ ରୋଗୀଙ୍କୁ ନେବା ଆଣିବା ଏବଂ ଜରୁରିକାଳୀନ ସମୟରେ ରାସ୍ତା ନଥିବା ଯୋଗୁ ସମସ୍ୟା ଦ୍ୱିଗୁଣିତ ହେଉଛି । ଚାଷଜମି ଭିତରଦେଇ ଯାତାୟତ କରିବାକୁ ପଡ଼ୁଥିବା ସେମାନେ ଅଭିଯୋଗ କରିଛନ୍ତି । ରାସ୍ତା ନଥିବା ଯୋଗୁ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ପହଞ୍ଚିି ପାରୁନାହିଁ । ସରକାର ବର୍ତ୍ତମାନ ମନରେଗା ଯୋଜନାକୁ ଅଧିକ ଗୁରୁତ୍ୱ ଦେଇ ଜବକାଡର଼୍ଧାରୀଙ୍କୁ କାମ ପ୍ରଦାନ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ତେଣୁ ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଜିଲୁଣ୍ଡା-କତାଗୁଡ଼ା ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.