ବରଗଡ଼ରେ କ୍ୟାନସର ହସ୍ପିଟାଲ ଖୋଲିବା ଦାବି

Get real time updates directly on you device, subscribe now.

ବରଗଡ଼: ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବି ନେଇ ଆଗାମୀ ୧୭ ତାରିଖରେ ଆମରଣ ଅନଶନକୁ ଓହ୍ଲାଇବ ବୋଲି କୋଶଲ ସେନା ପକ୍ଷରୁ କୁହାଯାଇଛି। ଜିଲ୍ଲାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ଦୀର୍ଘ ଦିନରୁ ଆନ୍ଦୋଳନ ହୋଇ ଆସୁଥିବା ବେଳେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ହସ୍ପିଟାଲ ସ୍ଥାପନ ନେଇ ଘୋଷଣା କରିଥିଲେ।
ଘୋଷଣାର ଦୀର୍ଘ ଦିନ ପରେ ମଧ୍ୟ ହସ୍ପିଟାଲ ପ୍ରତିଷ୍ଠା ଦିଗରେ ସରକାରଙ୍କ ଆନ୍ତରିକତା ନ ଥିବା ପରିଲକ୍ଷିତ ହେଉଛି। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ କୋଶଲ ସେନା ତରଫରୁ ଏ ନେଇ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥସହ ଆଗାମୀ ୧୭ ତାରିଖରେ ଆମରଣ ଅନଶନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ କୋଶଲ ସେନାର ସଭାପତି ସୁଶାନ୍ତ ମିଶ୍ର, ଆବାହକ ଅବିନାଶ ଚନ୍ଦ୍ର ବିଶି, ସମ୍ପାଦକ ବିରବଲ ମହାକୁର, ଉପସଭାପତି ଅଶୋକ ଛତ୍ତର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons