ବରୀ,(ବି.ବି.ନୁ୍ୟଜ): ବରୀରେ ବିଜେଡି-ବିଜେପି କଳି ଭୟଙ୍କର ରୂପ ନେଇଛି । ବ୍ଲକ କାର୍ଯ୍ୟାଳୟରେ ଉଭୟ ଦଳ ନିଜ ନିଜର ଦବ୍ଦବା ପାଇଁ ଆଗେଇ ଆସିଥିଲେ । ଯାହା ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଉଭୟ ଗୋÂୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଅନେକ କର୍ମୀ ଆହତ ହୋଇଥିବା ବେଳେ ୩୦ରୁ ଅଧିକ ବାଇକ୍ ଓ ଗୋଟିଏ ବୋଲେରୋ ଚୁରମାର ହୋଇଛି । ବିଧାୟିକା ପ୍ରତିନିଧିଙ୍କୁ ପ୍ରାୟ ୪ଘଣ୍ଟା କାଳ ବ୍ଲକ ପରିସରରେ ଘେରାବନ୍ଦୀ କରି ରଖାଯାଇଥିଲା । ଅତିରିକ୍ତ ଏସ୍ପି ବାଉରୀ ବନ୍ଧୁ ବେହେରା ପହଞ୍ଚô ଶ୍ରୀ ଦାସଙ୍କୁ ଉଦ୍ଧାର କରିଥିଲେ । ମଙ୍ଗଳବାର ରାତିରୁ ବ୍ଲକର ଆଖପାଖ ଅଞ୍ଚଳରେ ଏକାଧିକ ବୋମାମାଡ଼ ହୋଇଥିଲା । ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।
ଆଜି ବରୀ ପଞ୍ଚାୟତ ସିମିତିର ଷÂ ସାଧାରଣ ବୈ÷ଠକ ଥିଲା । ବିଧାୟିକା ସୁନନ୍ଦା ଦାସ ଅସୁସ୍ଥ ଥିବା ଯୋଗୁ ତାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ଏହି ବୈଠକରେ ଯୋଗ ଦେଇଥିଲେ । ସଭା ଗୃହରେ ଶ୍ରୀ ଦାସଙ୍କୁ ବକ୍ତବ୍ୟ ରଖିବାକୁ ସୁଯୋଗ ଦିଆଯାଉ ବୋଲି ତାଙ୍କ ସମର୍ଥିତ ସରପଞ୍ଚମାନେ ପ୍ରସ୍ତାବ ଦେଇଥିଲେ । କରୋନା ସମୟରେ ବେଶି ସମୟ ଏକଜୁଟ୍ ହୋଇ ରହିବା ଉଚିତ୍ ନୁହେଁ । ସେଥିପାଇଁ ଭାଷଣର ଆବଶ୍ୟକତା ନାହିଁ ବୋଲି କହି ପଞ୍ଚାୟତ ସମିତି ଅଧ୍ୟକ୍ଷା ଏହାକୁ ବାରଣ କରିଥିଲେ । ଯାହାକୁ ନେଇ ଗୃହରେ ଉଭୟ ଦଳର ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରେ ବାକବିତଣ୍ଡା ଆରମ୍ଭ ହୋଇଥିଲା । ଏହି କଳି ଛିଡ଼ି ନଥିବା ବେଳେ ପଞ୍ଚାୟତ ସମିତି ବୈଠକ ଭଣ୍ଡୁର ହୋଇଯାଇଥିଲା ।
ଏହାକୁ ନେଇ ବାହାରେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଅନେକ ଆହତ ହୋଇଥିବା ବେଳେ ବହୁ ଗାଡ଼ି ଚୁର୍ମାର ହୋଇଯାଇଥିଲା । ଏହି ବିବାଦ ଦୀର୍ଘ ସମୟ ଲାଗି ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ପଞ୍ଚାୟତ ସମିତି ଗୃହରୁ ବିଜେପି ସମର୍ଥôତ ସରପଞ୍ଚ, ସମିତିସଭ୍ୟମାନେ ଚାଲି ଆସିଥିଲେ । ବିଧାୟିକା ପ୍ରତିନିଧିଙ୍କ ସମେତ ତାଙ୍କ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ବ୍ଲକ କାର୍ଯ୍ୟାଳୟରୁ ବାହାରି ପାରିନଥିଲେ । ସେମାନଙ୍କୁ ବିଜେପି ସମର୍ଥକମାନେ ଘେରାବନ୍ଦୀ କରି ରଖିଥିଲେ । ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବେହେରା ବ୍ଲକ ପରିସରରେ ପହଞ୍ଚି ବିଜେପି ଯୁବନେତା ବିଶ୍ୱ ମଲ୍ଲିକଙ୍କ ସହ ତାଙ୍କ କର୍ମୀମାନଙ୍କୁ ବୁଝାସୁଝା କରିଥିଲେ । ପ୍ରାୟ ୪ଘଣ୍ଟା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହ ତହସିଲଦାର ଓ ପୁଲିସ କର୍ମଚାରୀମାନେ ବିଧାୟିକାଙ୍କ ପ୍ରତିନିଧି ଶ୍ରୀ ଦାସ ଓ ତାଙ୍କ ସମର୍ଥକମାନଙ୍କୁ ଉଦ୍ଧାର କରି ସୁରକ୍ଷା ବଳୟ ମଧ୍ୟରେ ବାହାରକୁ ଆଣିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ଥାନାରେ କୌଣସି ମାମାଲା ରୁଜୁ ହୋଇନଥିବା ଜଣାପଡିଛି ।
ଘଟଣା ସମ୍ପର୍କରେ ବିଧାୟିକାଙ୍କ ପ୍ରତିନିଧି ଶ୍ରୀ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ବରୀରେ ଗଣତନ୍ତ୍ରକୁ ହତ୍ୟା ପାଇଁ ଉଦ୍ୟମ କରାଯାଉଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ବ୍ଲକକୁ ନିଜ କରାୟତରେ ରଖିବାକୁ ଉଦ୍ୟମ କରୁଛନ୍ତି । ଯାହା ସମ୍ଭବପର ହୋଇପାରୁନଥିବାରୁ ପ୍ରତିକ୍ରିୟାଶୀଳ ହୋଇ ବିଜେପି ଏପରି ଗୁଣ୍ଡାଗର୍ଦ୍ଧିକୁ ଆପଣେଇ ନେଇଥିବା ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ବିଜେପି ଯୁବନେତା ବିଶ୍ୱ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ବିଜେଡି କର୍ମୀ ଓ ବିଧାୟିକାଙ୍କ ସମର୍ଥକମାନେ ଗୁଣ୍ଡା ଗର୍ଦ୍ଧି ଆରମ୍ଭ କରିଥିଲେ । ତାକୁ ଜବାବ ଦେବାକୁ ଆମ କର୍ମୀ ପ୍ରସ୍ତୁତ ହେବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ । ବରୀ ଏକ ଶାନ୍ତିପ୍ରିୟ ଅଞ୍ଚଳ । ଏଠାରେ ଗୁଣ୍ଡାଗର୍ଦ୍ଧି ଚଳିବନି । ଆଗାମୀ ଦିନରେ ଜନଗଣ ଏହାର ଜବାବ ଦେବେ ବୋଲି ଶ୍ରୀ ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.