ବାଇକ୍- ଅଟୋ ଧକ୍କା: ଚାଳକ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ହିଞ୍ଜିଳିକାଟୁ, (ବି.ବି.ନ୍ୟୁଜ୍): ହିଞ୍ଜିଳିକାଟୁ ଥାନା ସମରଝୋଳ ଛକରେ ଗୁରୁବାର ବିଳମ୍ବିତ ରାତିରେ ଏକ ଡାଲା ଅଟୋ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ବାଇକ୍ରେ ଯାଉଥିବା ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ପୋଲସରା ଥାନା ଭାଟଖାଲି ଗ୍ରାମର ଅନିଲ ସେଠି (୨୭) ଓ ଗୁରୁତର ଜଣକ ବାଦଗଡ଼ ଗ୍ରାମର ବିଚିତ୍ର ସେଠି (୩୫) ବୋଲି ଜଣାପଡ଼ିଛି । ବ୍ରହ୍ମପୁର ଠାରୁ ବାଇକ୍ (ଓଡି୩୨ଡି-୬୦୨୪) ଯୋଗେ ଦୁଇ ଜଣ ଗ୍ରାମକୁ ଫେରୁଥିଲେ । ସମରଝୋଳ ଛକରେ ପଛରୁ ଆସୁଥିବା ଏକ ଡାଲା ଅଟୋ ବାଇକ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ଦୁର୍ଘଟଣାରେ ୨ ଯୁବକ ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଅନିଲଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons