ଦାରିଙ୍ଗବାଡି,(ବି.ବି.ନୁ୍ୟଜ୍): ବାଙ୍ଗାଲୋରରେ ମଙ୍ଗଳବାର ଗ୍ୟାସ ସିଲିଣ୍ଡର୍ ଫାଟି ଅଗ୍ନିକାଣ୍ଡ ଘଟଣାରେ ୪ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ମୃତକ ଦାରିଙ୍ଗବାଡି ଥାନା ଗାହାକିଆ ଗ୍ରାମର ବରଣୀ ପ୍ରଧାନ ଓ ମମତା ପ୍ରଧାନ ଏବଂ କୋଟଗଡ ବ୍ଲକ ଶ୍ରାମ୍ବି ଗ୍ରାମର ଉଦମ ପ୍ରଧାନଙ୍କ ଶବ ସେମାନଙ୍କ ଗ୍ରାମରେ ପହଂଚିଛି । ଦୁର୍ଘଟଣାରେ ମୃତୁ୍ୟ ପରେ ସେମାନଙ୍କ ଶବକୁ ଗାଁକୁ ଆଣିବା ନିମନ୍ତେ ମୃତକଙ୍କ ପରିବାର ଲୋକ ଜିଲ୍ଲା ପ୍ରଶାସନର ସହାୟତା ଲୋଡିଥିଲେ । ଜିଲ୍ଲା ପ୍ରଶାସନ ଓ ବାଙ୍ଗାଲୋର ସ୍ଥିତ କନ୍ଧମାଳ ମାଇଗ୍ରେସନ ଆସୋସିଏସନର ମିଳିତ ସହଯୋଗରେ ରବିବାର ରାତିରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କନ୍ଧମାଳ ଜିଲ୍ଲାର ୩ ଶବ ନେଇ ବାହାରିଥିବା ଆମ୍ବୁଲାନ୍ସ ମଙ୍ଗଳବାର ସକାଳେ ଗାହାକିଆ ଗ୍ରାମରେ ପହଂଚିଥିଲା । ମୃତ ଶରୀର ଗାଁରେ ପହଂଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ଖ୍ରୀଷ୍ଟିୟ ରିତିନୀତି ଅନୁସାରେ ବରଣୀ ଓ ମମତାଙ୍କୁ ସମାଧି ଦିଆଯାଇଥିଲା । ସେହିପରୀ ଉଦମଙ୍କ ମରଶରୀର ତାଙ୍କ ଗ୍ରାମ ଶ୍ରାମ୍ବି ଗ୍ରାମକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଥିଲା । ମୃତକ ୩ ଜଣ ସେମାନଙ୍କ ପରିବାରର ରୋଡଗାରକ୍ଷମ ବ୍ୟକ୍ତି ଥିଲେ । ସେମାନଙ୍କ ମୃତୁ୍ୟ ପରେ ପରିବାର ଲୋକେ ଅସହାୟ ହୋଇ ପଡିଛନ୍ତି । ଏଭଳି ପରିସ୍ଥିତିରେ ମୃତଙ୍କ ପରିବାରକୁ ରାଜ୍ୟ ସରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଅଂଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
Comments are closed, but trackbacks and pingbacks are open.