‘ବାଜିବ ଲୋ ସାହାନାଇ’

Get real time updates directly on you device, subscribe now.

ଶୁଭ ବିବାହରେ ଶୁଭ ସାହାନାଇ ବାଜିବା ଆମ ପରମ୍ପରା । ଶୁଭ ସାହାନାଇ ବଜାଉଥିବା ମଣିଷଟା ସମସ୍ତଙ୍କ ଶୁଭ କାମନା କରି ନିଜର ପେଟ ପୋଷେ ପରିବାର ଚଳାଏ । ଶୁଭରେ ଶୁଭରେ ହଠାତ୍ ଦିନେ ଅଶୁଭ କାଳ ଘୋଟି ଆସେ ସାହାନାଇ ବାଲା ଜୀବନରେ । ଏମିତି ଏକ ଘଟଣା କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ବାଜିବଲୋ ସାହାନାଇ’ । ଫିଲ୍ମର ଲିଡ୍ ରୋଲ୍ରେ ଅମ୍ଳାନ, ସମ୍ବିତ ଓ ଝିଲିକଙ୍କ ସହିତ ରାଇମୋହନ, ଅଶ୍ରୁମୋଚନ, ଆଶୁତୋଷ, ହୃଷିକେଶ, ସୁମନ, ଭୂପତି, ପ୍ରତିଭା, ଲିପ୍ସା, ବିଠୁ, ନାରାୟଣ, ପ୍ରିୟା, ବଣ୍ଟି, ମଧୁମିତା, ଜୟୀ, ଅଶୋକ, ମନୀଷା ପ୍ରମୁଖ କଳାକାର ଅଭିନୟରେ ରହିଛନ୍ତି । ପ୍ରଯୋଜନା ଭାର ଜନ୍ମେଜୟ ଡଗରା ସମ୍ଭାଳିଥିବାବେଳେ କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଯାତ୍ରାର ପ୍ରସିଦ୍ଧ ନାଟ୍ୟକାର ତଥା ନିର୍ଦ୍ଦେଶକ ଆଶୁତୋଷ ମହାପାତ୍ର । ଏହା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ । ଏହାର ସଂଳାପ ଲେଖିଛନ୍ତି ବିଶ୍ୱଭୂଷଣ ମିଶ୍ର । ସଙ୍ଗୀତକୁ ଅଧିକ ସୁନ୍ଦର କରିବାର ଦାୟିତ୍ୱ ନେଇଛନ୍ତି ସଙ୍ଗୀତଜ୍ଞ ଟିଟନ-ଅମୃତାଂଶୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons