ବାଣିଜ୍ୟକର ବିଭାଗ ଚଢ଼ଉ:ଗୁଟଖା ଗାଡ଼ିରୁ ୪୫ ଲକ୍ଷ ଜରିମାନା ଆଦାୟ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): ଦିଲ୍ଲୀରୁ ଗୁଟ୍ଖା ବୋଝେଇ ଏକ ୧୪ ଚକିଆ ଟ୍ରକ୍ ରାଜସ୍ୱ ଫାଙ୍କି ଭୁବନେଶ୍ୱର ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ରିମୁଳି ନିକଟରୁ ବାଣିଜ୍ୟକର ବିଭାଗ, ଜିଏସ୍ଟିର ବଡ଼ବିଲ ସ୍କ୍ୱାଡ୍ ହାତରେ ଧରାପଡିଛି । ଗୁଟ୍ଖା ପରିବହନ ସମ୍ପର୍କିତ କାଗଜପତ୍ର ଦାଖଲ କରିବାରେ ଟ୍ରକ୍ ଚାଳକ ବିଫଳ ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫର୍ଚୁନ୍ ତେଲ ବୋଝେଇ ହୋଇଥିବା ଦର୍ଶାଇ ଟ୍ରକ୍ ଚାଳକ ଯାଞ୍ଚ ଅଧିକାରୀଙ୍କୁ ବିଭ୍ରାନ୍ତ ମଧ୍ୟ କରିଥିଲା । ମାତ୍ର ଅଧିକାରୀମାନେ ଗାଡି ଚାଳକର କଥାବାର୍ତ୍ତାକୁ ନେଇ ସନେ୍ଦହ କରି ବୋଝେଇ ହୋଇଥିବା ସାମଗ୍ରୀ ଯାଞ୍ଚ ପରେ ପାନ୍ ମସଲା ଓ ଟୋବାକ୍ (ଗୁଟ୍ଖା) ଥିବା ଦେଖିଥିଲେ । ବିପୁଳ ଗୁଟ୍ଖା ଭୁବନେଶ୍ୱରକୁ ଚାଲାଣ ହେଉଥିବା ବେଳେ ବିଭାଗ ୪୪ ଲକ୍ଷ ୬୪ ହଜାର ୨୭୨ ଟଙ୍କା ଜରିମାନା ଆଦାୟ କରି ଟ୍ରକ୍କୁ ଛାଡି ଦେଇଛି । ଗୋଟିଏ ଗାଡିରୁ ବିପୁଳ ପରିମାଣରେ ଜରିମାନା ଆଦାୟ ଚର୍ଚ୍ଚାର ବିଷୟ ପାଲଟିଛି ।
ଦିଲ୍ଲୀରୁ ଏକ ୧୪ ଚକିଆ ଟ୍ରକ୍ (ଏନ୍ଏଲ୍ ୦୧ ଏଲ୍ ୬୭୬୫) ମାଲ୍ ବୋଝେଇ ହୋଇ ଭୁବନେଶ୍ୱରକୁ ଯାଉଥିଲା । ଗାଡିଟି ମୁରୁସୁଅାଁ (ରିମୁଳି) ପେଟ୍ରୋଲ୍ ପମ୍ପ୍ ନିକଟରେ ଅଟକି ରହିଥିଲା । ଏହି ସମୟରେ ବାଣିଜ୍ୟକର ଜିଏସ୍ଟି ଏନ୍ଫୋର୍ସ ସ୍କ୍ୱାଡ୍ ପହରା ଦେଉଥିବା ବେଳେ ସନେ୍ଦହ କରି ଗାଡିର ଚାଳକଙ୍କୁ ବୋଝେଇ ସାମଗ୍ରୀ ସମ୍ପର୍କରେ ପଚରାଉଚରା କରିଥିଲେ । ମାତ୍ର ଗାଡ଼ି ଚାଳକ ବିଭାଗୀୟ ଅଧିକାରୀଙ୍କୁ ଫର୍ଚୁନ ତେଲ ଥିବା କହି ଖସି ଯିବାକୁ ବସିଥିଲା । ତେବେ ବୋଝେଇ ହୋଇଥିବା ସାମଗ୍ରୀର ମଧ୍ୟ ଇ-ୱେ ବିଲ୍, ଟେକ୍ସ ଇନ୍ଭଏସ୍ ଏବଂ ପରିବହନ କରିବା ପାଇଁ କୌଣସି କାଗଜପତ୍ର ଦେଖାଇ ପାରିନଥିଲା । ଫଳରେ ବାଣିଜ୍ୟକର ବିଭାଗ ପକ୍ଷରୁ ଟ୍ରକ୍କୁ ଜବତ କରି ଥାନାରେ ରଖାଯାଇଥିଲା । ପରେ ବିଭାଗୀୟ ଅଧିକାରୀମାନେ ବୋଝେଇ ହୋଇଥିବା ଟ୍ରକ୍ର ମାଲ୍କୁ ଯାଞ୍ଚ କରିଥିଲେ । ସେଥିରେ ୩୨୦ ବସ୍ତା ପାନ ମସଲା ଓ ୩୨ ବ୍ୟାଗ୍ ଟୋବାକ୍ ରହିଥିବା ଜଣାପଡିଥିଲା । ଉକ୍ତ ସାମଗ୍ରୀ ଗୁଡିକର ବଜାର ମୂଲ୍ୟ ପାଖାପାଖି ୨୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଟିକସ୍ ଫାଙ୍କିବା ଅପରାଧରେ ପାଖାପାଖି ୨ ଗୁଣ ଜରିମାନା ଆଦାୟ କରାଯାଇ ପାରିଛି ।
ଟ୍ୟାକ୍ସ ପେନାଲଟି ଓ ସେସ୍କୁ ମିଶାଇ ସର୍ବମୋଟ ୪୪ ଲକ୍ଷ ୬୪ ହଜାର ୨୭୨ ଟଙ୍କା ଆଦାୟ ପାଇଁ ଗୁଟ୍କା କମ୍ପାନୀକୁ ନୋଟିସ୍ କରାଯାଇଥିଲା । ଫଳରେ ଅନ୍ ଲାଇନ୍ ଜରିଆରେ ଗୁଟ୍ଖା କମ୍ପାନୀ ସମସ୍ତ ଟଙ୍କା ସରକାରଙ୍କ ତହବିଲ୍ରେ ଜମା କରିବା ପରେ ଜବତ ଟ୍ରକ୍କୁ ଛାଡି ଦିଆଯାଇଛି ।
ତେବେ ଗୋଟିଏ ଟ୍ରକ୍ରୁ ବିପୁଳ ପରିମାଣର ଜରିମାନା ଆଦାୟ କରିବା ପ୍ରଥମ ଘଟଣା ବୋଲି କୁହାଯାଉଛି । ଚଢ଼ଉ ସମୟରେ ରାଜ୍ୟ ଟିକସ୍ ଅଧିକାରୀ ସୂର୍ଯ୍ୟନାରାୟଣ ସେଠୀଙ୍କ ନେତୃତ୍ୱରେ ଅତିରିକ୍ତ ଟିକସ୍ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ମିହିରି କିଶୋର ଜେନା, ସହକାରୀ ଟିକସ୍ ଅଧିକାରୀ ରୁଦ୍ରସେନ୍ ଜିତ୍, ସୁଶାନ୍ତ କୁମାର ପରିଡା ପ୍ରମୁଖ ସାମିଲ ହୋଇଥିଲେ । ବଡ଼ବିଲ ବାଣିଜ୍ୟକର ବିଭାଗର ଏହା ବଡ଼ ସଫଳତା ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ମଧ୍ୟ ଜରିମାନା ଆଦାୟରେ ଏହା ଏକ ଉଦାହରଣ ବୋଲି ମଧ୍ୟ ବାଣିଜ୍ୟକର ଜିଏସ୍ଟି ପକ୍ଷରୁ ଶ୍ରୀ ଜିତ୍ ସୂଚନା ଦେଇ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons