କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ବାତ୍ୟା ଅମ୍ଫାନ୍ ପ୍ରଭାବରେ ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି । କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ୍ ଥାନାରେ ସମୁଦ୍ରର ଜୁଆର ପାଣି ପଶି ଯାଇଛି । ଅମ୍ଫାନ୍ ପ୍ରଭାବରେ ମଙ୍ଗଳବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପାରାଦୀପ । କିଛି ସମୟ ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ବିଭାଗ ନିଦେ୍ର୍ଧଶକ ଏଚ୍.ଆର. ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଏଠାରେ ଏଯାବତ୍ ସର୍ବାଧିକ ୧୯୭.୧ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଏଠାରେ ସର୍ବାଧିକ ପବନ ମଧ୍ୟ ରେକର୍ଡ କରାଯାଇଛି । ପାରାଦୀପରେ ପବନର ବେଗ ଘଣ୍ଟା ପ୍ରତି ୧୦୭ କି.ମି. ରେକର୍ଡ କରାଯାଇଥିବା ବେଳେ ଖବର ଲେଖାଯିବା ବେଳକୁ ଏହା ବଢ଼ି ୧୧୦ କି.ମି.ରେ ପହଞ୍ଚି ସାରିଥିଲା । ଏଠାରେଘଣ୍ଟା ପ୍ରତି ୧୪୫ କି.ମି. ଯାଏ ପବନ ବହିବାର ସମ୍ଭାବନା ରହିଛି । ଶ୍ରୀ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଚାନ୍ଦବାଲିରେ ୬୦.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୫.୬ ମିମି, ବାଲେଶ୍ୱରରେ ୫୨.୨ ଓ ଗୋପାଳପୁରରେ ୮.୬ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଚାନ୍ଦାବାଲି ପବନର ବେଗ ଘଣ୍ଟା ପ୍ରତି ୭୪ କିମି ରହିଥିବା ବେଳେ ଭୁବନେଶ୍ୱରରେ ୫୬ କିମି ରେକର୍ଡ କରାଯାଇଛି । ବାଲେଶ୍ୱରରେ ପବନର ବେଗ ଘଣ୍ଟାକୁ ୫୯ କିମି ଥିବା ବେଳେ ପୁରୀରେ ୩୯ କିମି ରହିଛି ।
Comments are closed, but trackbacks and pingbacks are open.