ରାଇରଙ୍ଗପୁର,(ବି.ବି.ନ୍ୟୁଜ୍)- ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଓଆଇସି ଶଶଧର ସେଠୀଙ୍କୁ ଏସପି ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି । ଜୀବିତ ମହିଳାଙ୍କୁ ଭୁଲରେ ମୃତ ଦର୍ଶାଇ ପୁରୁଣାପାଣି ଚିରୁଡି ଗ୍ରାମର ନବବଧୂ ରାଇମଣିଙ୍କ ସ୍ୱାମୀ ସଂଜୟ ନ୍ରାକ ଏବଂ ଶ୍ୱଶୁର ମଙ୍ଗଲ ନାୟକ ୩ମାସ ନିର୍ଦ୍ଦୋଷରେ ଜେଲ୍ ଦଣ୍ଡ ଭୋଗିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବାଦାମପାହାଡ଼ ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତରୁ ମୃତ ମହିଳା ଜଣକ ରାଇମଣି ବାଙ୍କିରା ବୋଲି ପ୍ରମାଣ କରି ତାଙ୍କ ସ୍ୱାମୀ , ଶ୍ୱଶୁର ଗିରଫ ହୋଇଥିଲେ । ପରବର୍ତ୍ତୀ ତଦନ୍ତ ବେଳେ ରାଇମଣିଙ୍କୁ କଟକରେ ଠାବ କରାଯାଇଥିଲା । ଯାହାକି ହତ୍ୟା ମାମଲାକୁ ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଇଥିଲା । ରାଇମଣି ଏବଂ ତାଙ୍କ ମା’ଙ୍କୁ ରାଇରଙ୍ଗପୁର କୋର୍ଟରେ ହାଜର କରାଯିବା ପରେ ହତ୍ୟାକାଣ୍ଡରେ ତିନିମାସ ଜେଲ୍ ହାଜତରେ ରହିଥିବା ତାଙ୍କ ସ୍ୱାମୀ,ଶ୍ୱଶୁରଙ୍କୁ ଖଲାସ କରିବା ଲାଗି ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । ଏହି ଦରଖାସ୍ତ ତଥା ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟରୁ ଦୁଇ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଖଲାସ କରାଯିବା ସହିତ ରାଇମଣି ଜୀବନ୍ତ ଥିବାର ଦୃଢ଼ ପ୍ରମାଣ ମିଳିଥିଲା । ଏଥିପାଇଁ ସଂଜୟ ନାୟକ ଏବଂ ତାଙ୍କ ବାପା ଜେଲ୍ରୁ ମୁକୁଳିଛନ୍ତି ।
Comments are closed, but trackbacks and pingbacks are open.