ବାପାର ପରଲୋକ ଖବର ଶୁଣି ପୁଅର ମୃତ୍ୟୁ

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ମଣ୍ଡେଇକଚା ପଞ୍ଚାୟତ ଖେଜୁରୀ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବାପାଙ୍କ ପରଲୋକ ଖବର ଶୁଣି ଘରକୁ ଆସୁଥିବା ପୁଅର ବାଟରେ ଅକାଳ ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ଖେଜୁରୀ ଗାଁର ସୁନାରାମ ସୋରେନ(୬୫) ଅସୁସ୍ଥ ଅବସ୍ଥାରେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ । ଆଜି ସକାଳେ ତାଙ୍କର ପରଲୋକ ହୋଇଥିଲା । ସୁନାରାମଙ୍କ ଚାରି ପୁଅ । ସେମାନଙ୍କ ମଧ୍ୟରୁ ମିର୍ଜା ସୋରେନ ପତ୍ନୀ ଓ ସନ୍ତାନଙ୍କ ସହ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୁଣ୍ଡାଠାକୁରା ଗ୍ରାମରେ ରୁହନ୍ତି । ବାପାଙ୍କ ମୃତ୍ୟୁ ଖବର ପାଇ ମିର୍ଜା ସଙ୍ଗେ ସଙ୍ଗେ ପତ୍ନୀ, ପୁଅ ଓ ଶାଳକକୁ ସାଙ୍ଗରେ ନେଇ ଏକ ବାଇକ୍ରେ ଘରକୁ ଫେରୁଥିଲେ । ରାସ୍ତାରେ ମିର୍ଜା ଅସୁସ୍ଥତା ଅନୁଭବ କରିବାରୁ ବାଇକ୍ ଚଳାଉଥିବା ଶାଳକଙ୍କୁ ଗାଡ଼ି ଅଟକାଇବା ପାଇଁ କହିଥିଲେ । ବାଘିଆଟାଙ୍ଗର ନିକଟରେ ଗାଡ଼ି ରଖି ପତ୍ନୀ ଓ ଶଳା ମିର୍ଜାଙ୍କୁ ଛାଇରେ ଶୁଆଇଥିଲେ ମଧ୍ୟ ସେ ସୁସ୍ଥ ହୋଇନଥିଲେ । କିଛି ସମୟ ପରେ ଏକ ଅଟୋ ଯୋେଗେ ତାଙ୍କୁ ସେମାନେ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋରୁମହିଷାଣୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons