ବାପା ଓ ପୁଅକୁ ଛୁରାମାଡ : ଘଟଣାସ୍ଥଳରେ ପୁଅ ମୃତ, ବାପା ମେଡିକାଲରେ ଭର୍ତ୍ତି

Get real time updates directly on you device, subscribe now.

କୋଣାର୍କ : ବାପା ଓ ପୁଅକୁ ଛୁରୀ ମାଡ କଲେ ଅଭିଯୁକ୍ତ । ଅସ୍ତରଙ୍ଗ ଆଳସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୁଅ ଦିଲ୍ଲୀପ ସ୍ବାଇଁଙ୍କର ମୃତ୍ୟୁ ହୋଇଛି । ବାପା ସାଧୁ ସ୍ବାଇଁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଅସ୍ତରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । କାର୍ ଓ ଛୁରୀ ଜବତ ହୋଇଛି । ଉତ୍ତ୍ୟକ୍ତ ଲୋକେ କାକଟପୁର-ଅସ୍ତରଙ୍ଗ ରାସ୍ତାରେ ଟାୟାର ଜାଳି ଅବରୋଧ କରଛନ୍ତି । ତୁରନ୍ତ ଅଭିଯୁକମାନଙ୍କୁ ଧରିବା ପାଇଁ ଦାବି ହୋଇଛି ।
ସୂଚନାଯୋଗ୍ୟ ଯେ, ଅସ୍ତରଂଗ ବ୍ଲକ୍ ଝଲିଗି ଗ୍ରାମର ମୁନା ବିଶ୍ବାଳ ଓ ତାର ଚାରି ସହଯୋଗୀ ଏକ କାର ଯୋଗେ ଅସ୍ତରଙ୍ଗ ଅଲଂଗପୁର ପଂଚାୟତ ଆଳସାହିରେ ଡ୍ରଗ୍ସ ଖାଇବାକୁ ଯାଇଥିଲେ । ଏତେ ଜଣଙ୍କୁ ରାତିରେ ଦେଖି ସାଧୁ ସ୍ବାଇଁ ମୁନାକୁ ଅଟକାଇଥିଲେ । ପରେ ଉଭୟଙ୍କ ଭିତରେ ବଚସା ହୋଇଥିଲା । ପୁଅ ଦିଲୀପ ସ୍ବାଇଁ ଘାଟଣାସ୍ଥଳରେ ପହଞ୍ଚିବାରୁ ପାଟିତୁଣ୍ଡ ବଢ଼ିଥିଲା ।
ମୁନା ଓ ତାର ସହଯୋଗୀ କାରରୁ ଭୁଜାଲି କାଢି ଦିଲ୍ଲୀପ ଛାତିରେ ମାରିଥିଲେ । ବାପା ସାମ୍ନାରେ ପୁଅକୁ ମାରି ବାପା ସାଧୁଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିଥିଲେ । ଗ୍ରାମବାସୀ ଆସିଯିବାରୁ ଅଭିଯୁକ୍ତମାନେ କାର୍ ଛାଡି ସେଠାରୁ ପଳାଇଥିଲେ । ଘଟଣାସ୍ଥଳରେ ପୁଅ ଦିଲ୍ଲୀପର ମୃତ୍ୟୁ ହୋଇଥିବାବେଳେ ସାଧୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons