ବୋ÷ଦ୍ଧ, (ବି.ବି.ନୁ୍ୟଜ୍): ଏମିତି ଦଶା ଭୋଗିବେ ବୋଲି କେବେ ସୁଦ୍ଧା ଭାବି ନଥିଲେ ଚମ୍ପେଶ୍ୱର । ପ୍ରତିଦିନ ବାର୍ହା ଉପଦ୍ରବ କରି ଧାନ ଫସଲ ଉଜାଡ଼ି ଦେଉଛନ୍ତି । ଆଖପାଖ ଜମିର ଧାନ ଫସଲ ଖାଇ ସଫା କରିଦେଲେଣି । ଏଣୁ ଚମ୍ପେଶ୍ୱର ଭାବିଲେ ଜମି ପାଖକୁ ଯାଇ ରାତିତମାମ ମଞ୍ଚା ଉପରେ ଜଗି ରହିବେ ଏବଂ ବାର୍ହା ଗଡ଼ିଲେ ନିଆଁହୁଳା ଧରି ଘଉଡ଼ାଇ ଦେବେ । ହେଲେ ଫଳ ହେଲା ଓଲଟା । ବାର୍ହା ମୁହଁରୁ ଫସଲ ବଞ୍ଚାଇବାକୁ ଯାଇ ନିଜେ ଭାଲୁ ହାବୁଡ଼ରେ ପଡ଼ିଗଲେ ଚମ୍ପେଶ୍ୱର । ଭାଲୁ ତାଙ୍କୁ ଆକ୍ରମଣ କରି ଘୋର ଦୁର୍ଦ୍ଧଶା ମଧ୍ୟକୁ ଠେଲିଦେଲା । ତାଙ୍କ ବାମ ଜଙ୍ଘ, ହାତକୁ କ୍ଷତ କରିଦେଲା । ଏବେ ଆହତ ଚାଷୀ ଚମ୍ପେଶ୍ୱର ଓରଫ ଚମ୍ପେଶ୍ୱର ଜାନୀ(୫୫) ତାଙ୍କ ଗାଁ ନିକଟ ତଳଗାଁ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ଏମିତି ଘଟଣା ଘଟିଛି ବୋ÷ଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଞ୍ଚାୟତର ଡାକପଦର ଗାଁରେ । ଶୁକ୍ରବାର ବିଳମ୍ବିତ ରାତିର ଘଟଣା । ଖବର ପାଇ ପରିବାର ଲୋକେ ଚମ୍ପେଶ୍ୱରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇ ଥିଲେ ।
Comments are closed, but trackbacks and pingbacks are open.