ବୌଦ୍ଧ,(ବି.ବି.ନୁ୍ୟଜ୍): ବୌଦ୍ଧ ଥାନା ସରସରା ଗ୍ରାମପଞ୍ଚାୟତର ବଘାରପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଟ୍ରାକ୍ଟରର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲି ଆଣିବା ପାଇଁ ଡ୍ରାଇଭର ସରସରା-ବଘାରପାଲି ଅଣଓସାରିଆ କଚ୍ଚା ରାସ୍ତାରେ ଯାଉଥିଲେ । ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଲ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା । ରାତି ହୋଇଥିବାରୁ ଦୁର୍ଘଟଣା ସମ୍ପର୍କରେ କେହି ଜାଣ ପାରି ନଥିଲେ । ସକାଳେ ସ୍ଥାନୀୟ ଲୋକେ ପହଞ୍ଚି ଡ୍ରାଇଭରଙ୍କ ମୃତୁ୍ୟ ହୋଇ ସାରିଥିବା ଦେଖିବାକୁ ପାଇଥିଲେ । ମୃତକଙ୍କ ଘର ଲଇଗାଆଁରେ ବୋଲି ଜଣାପଡିଛି ।
Comments are closed, but trackbacks and pingbacks are open.