ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ

Get real time updates directly on you device, subscribe now.

କୁଆଖିଆ,(ବି.ବି.ନୁ୍ୟଜ): କୁଆଖିଆ ଥାନା ଶ୍ରୀବନ୍ତପୁର ପଞ୍ଚାୟତ ବିଲ୍ୱ ମହାଦେବ ମନ୍ଦିର ପିରସରରେ ବୁଧବାର ଦିନ ଏକ ନାବାଳିକାର ବିବାହ ହେଉଥିବା ଖବର ପାଇଁ ମହିଳା ଶିଶୁ ବିକାଶ କର୍ମଚାରୀ ପହଞ୍ଚି ଏହି ବିବାହକୁ ବନ୍ଦ କରିଥିବା ଜଣାପଡ଼ିଛି । କୁଆଖିଆ ପୁଲିସ ଉପସ୍ଥିତିରେ ପୁଅ ଓ ଝିଅଙ୍କୁ ନିଜ ନିଜ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି । ସରକାରଙ୍କ ପକ୍ଷରୁ ବାଲ୍ୟ ବିବାହ ନିଷେଧ କରାଯାଇଥିବା ବେଳେ ଲକ୍ଷ୍ମୀନଗର ପଞ୍ଚାୟତର ତରାପୁର ଗ୍ରାମର ଜଣେ ନବାଳିକା ସହତ ଆଦିକନ୍ଦ ମଲିକଙ୍କ ପୁଅକୁ ବିଲ୍ୱ ମହାଦେବ ମନ୍ଦିରରେ ବିବାହ କାର୍ଯ୍ୟକ୍ରମ ଅନୁÂିତ ହେଉଥିଲା । ମହିଳା ଶିଶୁ ବିକାଶ ଅଧିକାରିଣୀ ଦିପ୍ତିମୟୀ ନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିଥିଲେ । ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ସୁଜାତା ମଲିକଙ୍କ ଠାରୁ ବୟସ ପ୍ରମାଣପତ୍ର ଯାଞ୍ଚ କରିବା ପରେ ଝିଅର ବୟସ ୧୭ ବର୍ଷ ୨ ମାସ ୧୦ ଦିନ ହୋଇଥିବା ଜଣାପଡ଼ିଥିଲା । ପୁଅର ବୟସ ୨୮ ବର୍ଷ ହୋଇଥିବା ବେଳେ ଝିଅର ବୟସ ୧୮ ବର୍ଷ ପୂର୍ଣ୍ଣ ହୋଇ ନଥିବାରୁ ଏହି ବିବାହକୁ ବନ୍ଦ କରାଯାଇ କୁଆଖିଆ ପୁଲିସକୁ ସୂଚନା ଦିଆଯାଇଥିଲା । ମହିଳା ଶିଶୁ ବିକାଶ କାର୍ଯ୍ୟାଳୟର ପରିଦର୍ଶିକା ମଞ୍ଜୁଲତା ଶତପଥୀ, ପ୍ରେମଲତା ମହାନ୍ତି, ବିଷ୍ଣୁ ପି୍ରୟା ଦାସ, କାର୍ଯ୍ୟାଳୟର କିରାଣୀ ପ୍ରଫୁଲ୍ଲ ରାଉତ ଓ କର୍ମଚାରୀ ଶ୍ରୀଧର ସାହୁଙ୍କ ସମେତ କୁଆଖିଆ ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons