ସାଇକେଲ ଉପରେ ଚଢ଼ିଗଲା କଣ୍ଟେନର: ଆରୋହୀ ମୃତ

Get real time updates directly on you device, subscribe now.

ଭଦ୍ରକ : ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ସାଇକେଲରେ ଯାଉଥିବା ବେଳେ ଚଢିଗଲା କଣ୍ଟେନର । ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ।
ସୂଚନାଯୋଗ୍ୟ ଯେ, ପାଳଦା ଗାଁର ଅବସରପ୍ରାପ୍ତ ଶିକ୍ଷକ କୌଣସି କାମ ପାଇଁ ଭଣ୍ଡାରୀପୋଖରୀ ବଜାରକୁ ସାଇକେଲରେ ଯାଉଥିଲେ । ଏହି ସମୟ ରେ ଏକ କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ପୋଲିସ ଜବତ କରିଛି । ଗାଡି ର ଡ୍ରାଇଭର କୁ ମଧ୍ୟ ପୋଲିସ ଅଟକ ରଖିଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା । ସ୍ଥାନୀୟ ଲୋକେ ରାଜପଥରେ ଗାଡି ଅଟକାଇଥିଲେ । ପରେ ଭଣ୍ଡାରୀପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons