ଯାଜପୁର: ରଗଡ଼ି ସ୍ଥିତ ଯାଜପୁର ରୋଡ ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳ ହନୁମତନଗର ଜିଲ୍ଲା ଶିଶୁଟଲା ଗ୍ରାମର ଇରଫାନ୍ ଅଲ୍ଲୀଙ୍କ ପୁଅ ଏସ୍କେ ହନିଫ୍ ସେକ୍(୨୩) ବୋଲି ଜଣାପଡ଼ିଛି । ହନିଫ୍ ଏକ ଚୋରି ମାମଲାରେ ବୈରୀ ଥାନାଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିଲା । ଚଳିତ ମାସ ୧୩ ତାରିଖରେ ତାକୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ୍ ନାମଂଜୁର ହେବାରୁ ସେହି ଦିନ ଠାରୁ ସେ ଯାଜପୁର ରୋଡ ଉପକାରାଗାରରେ ବିଚାରାଧୀନ କଏଦୀଭାବେ ସଜା କାଟୁଥିଲା ।
ସୋମବାର ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ହନିଫ୍ ଲକ୍ଅପ୍ରେ ଥିବା ସମୟରେ ଶୌଚାଳୟକୁ ଯାଇଥିଲା । ଶୌଚାଳୟରେ ଥିବା ସ୍କାଏଲାଇଟ୍ରେ ଗାମୁଛା ବାନ୍ଧି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା । ଏହା ଦେଖି କିଛି ଅନ୍ତେବାସୀ ଜେଲ୍ର କର୍ମଚାରୀଙ୍କୁ ଜଣାଇଥିଲେ । ଜେଲ୍ ପକ୍ଷରୁ ଏକ ଘରୋଇ ଗାଡ଼ିରେ ହନିଫ୍କୁ କୋରେଇ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ କୋରେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏ ନେଇ ଥାନାରେ ଏକ ଅପମୃତୁ୍ୟ ମାମଲା କେସ୍ ନଂ ୯/୨୧ରେ ରୁଜୁ କରାଯାଇଛି । ଏ ସଂପର୍କରେ ଜେଲ୍ ଅଧିକ୍ଷକ ପ୍ରକାଶ କୁମାର ରଣାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ସନ୍ଧ୍ୟାରେ ସମସ୍ତେ ପ୍ରାର୍ଥନା କରୁଥିବା ସମୟରେ ହନିଫ୍ ଶୌଚାଳୟକୁ ଯାଇଥିଲା । ସେଠାରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖି କିଛି ଅନ୍ତେବାସୀ ମୋତେ ଖବର ଦେଇଥିଲେ । ପରେ ତାକୁ ତୁରନ୍ତ କୋରେଇ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ହନିଫ୍ର ଜଣେ ସଂପର୍କୀୟ ଆସି କୋରେଇ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚôଥିଲେ । ତାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ହନିଫ୍ କିଛି ଦିନ ତଳେ ରୋଜଗାର କରିବା ଆଶାରେ ଘରୁ ଓଡ଼ିଶା ଚାଲି ଆସିଥିଲା । ସୋମବାର ରାତି ପ୍ରାୟ ୮.୩୦ସମୟରେ ଆମକୁ ଫୋନ୍ ଆସିଥିଲା । ହନିଫ୍ର ଦେହ ଅସୁସ୍ଥ ଥିବା ଆମକୁ ସୂଚନା ଦିଆଯାଇଥିଲା । ଯେଉଁଥି ପାଇଁ ମୁଁ ଓଡ଼ିଶା ଆସିଛି । ଏଠି ହନିଫ୍ର ମୃତୁ୍ୟ ହୋଇ ଯାଇଥିବା ଦେଖିବାକୁ ପାଇଲି । ସୂଚନା ଥାଉ କି, ହନିଫ୍ ରହୁଥିବା କକ୍ଷରେ ଆହୁରି ୨୦ଜଣ ଅନ୍ତେବାସୀ ରହୁଥିଲେ । ଏତେଜଣଙ୍କ ମଧ୍ୟରେ ରହୁଥିବା ହନିଫ୍ କେମିତି ଆତ୍ମହତ୍ୟା କଲା ଓ କାହିଁକି ହତ୍ୟା କଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.