ବିଜୁ ଛାତ୍ର ଜନତା ପକ୍ଷରୁ ବିକ୍ଷୋଭ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): ଏନ୍ସିଇଆର୍ଟି ଦ୍ୱାରା ପ୍ରକାଶିତ ୫ମ ଶ୍ରେଣୀ ଇଭିଏସ୍ ଓ ନବମ ଶ୍ରେଣୀ ଅର୍ଥନୀତି ବିଭାଗ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭୁଲ୍ ଏବଂ ଭ୍ରାମାତ୍ମକ ତଥ୍ୟ ଦେଇ ଜିଲ୍ଲାକୁ ଅନାହାରର ଭୂଖଣ୍ଡ ଭାବେ ଚିତ୍ରଣ ଘଟଣାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ଏହାର ପ୍ରତିବାଦରେ ଜିଲ୍ଲା ବିଜୁ ଯୁବକ ଜନତା ପକ୍ଷରୁ କଲେଜ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜୁ ଛାତ୍ର ଜନତା ଜିଲ୍ଲା ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଜିଲ୍ଳା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଯୁବନେତା ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ପୂର୍ବତନ ଛାତ୍ର ସଂସଦ ସଭାପତି ଆଶିଷ ମହାପାତ୍ର, ଅଜିତ ସାହୁ, ଛାତ୍ର ନେତା ଅମରଦୀପ ସିଂହ, ଅଭିଶେକ ମହାପାତ୍ର, ମହମ୍ମଦ ଇସ୍ମାଇଲ, ସୁଜାନ୍ ନାଏକ, ରୋମାଞ୍ଚଳ ମେହେର, ଲବଣୀ ନାଏକ, ରବି ପ;ନାୟକ, ଇଂ ବୈଶାଖୀ ନନ୍ଦ, ବ୍ରହ୍ମର୍ଷି ନାଏକ, ଅଭିଜିତ ମିଶ୍ର, ନୀଳାମ୍ବର ସାହୁ, ସିନୁ ବେହେରା, କାମାକ୍ଷା ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ । ଏନ୍ସିଆର୍ଟି କର୍ତ୍ତୃପକ୍ଷ ମାଲକାନଗିରି ଜିଲ୍ଲାର ଏକ ବଣ୍ଡା ଜନଜାତିର ମହିଳାଙ୍କ ପୁରୁଣା ଫଟୋ ଛାପି କଳାହାଣ୍ଡିର ଦାରିଦ୍ର୍ୟ ଓ ଅନାହାରକୁ ଚିତ୍ରଣ କରିଛି । ଏହା କିଭଳି ଏବଂ କାହିଁକି ହେଲେ ସେନେଇ ସମସ୍ତ ତଥ୍ୟ ଏନ୍ସିଇଆର୍ଟି ରଖୁ ବୋଲି ବିଜୁ ଛାତ୍ର ଜନତା ଦାବି କରିଛି । ଏହାସହ ତୁରନ୍ତ ଏନ୍ସିଇଆର୍ଟି କର୍ତ୍ତୃପକ୍ଷ ୫ମ ଇଭିଏସ୍ ଓ ୯ମ ଅର୍ଥନୀତି ପାଠ୍ୟ ପୁସ୍ତକରୁ ଏହି ଭ୍ରାମାତ୍ମକ ତଥା ଭୁଲ ତଥ୍ୟକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ବିଜୁ ଛାତ୍ର ଜନତା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କୁ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons