ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ

Get real time updates directly on you device, subscribe now.

ଭୁବନେଶ୍ବର; ବରିଷ୍ଠ ବିଜେପି ନେତା ତଥା ପୂର୍ବତମ ମନ୍ତ୍ରୀ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି । ବର୍ଷିୟାନ ନେତା ଶ୍ରୀ ହରିଚନ୍ଦନ ଚଳିତ ଥର ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ ।
ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଚିଲିକା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ୨୦୦୦ରୁ ୨୦୦୯ ପର‌୍ୟନ୍ତ ରାଜ୍ୟରେ ଥିବା ବିଜେଡି- ବିଜେପି ମେଣ୍ଟ ସରକାରରେ ସେ ରାଜସ୍ବ, ଆଇନ, ଓ ଶିଳ୍ପ ଭଳି ଗୁରୁତ୍ବପୂର୍ଣ୍ମ ବିଭାଗର ମନ୍ତ୍ରୀ ଥିଲେ । ସେ ମଧ୍ୟ ବିଜେପି ରାଷ୍ଟ୍ରୀୟ କାର‌୍ୟକାରିଣୀ ସଦସ୍ୟ ଥିଲେ । ଓଡିଶା ବିଧାନସଭାକୁ ସେ ୫ଥର ନିର୍ବାଚିତ ହୋଇଥିଲେ ।
ଯୁବକ ଅବସ୍ଥାରୁ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀଯୁକ୍ତ ହରିଚନ୍ଦନ ପେଶାରେ ଜଣେ ଆଇନଜୀବୀ ହେଲେ ମଧ୍ୟ ସାହିତ୍ୟ , ସଂସ୍କୃତି ଓ ଗବେଷଣା କ୍ଷେତ୍ରରେ ତାଙ୍କର ବିଶେଷ ପ୍ରବେଶ ରହିଛି । ସେ ଜଣେ ଉଚ୍ଚକୋଟିର ନାଟ୍ୟକାର ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି । ୧୯୩୪ ମସିହାରେ ଜନ୍ମିତ ଶ୍ରୀ ହରିଚନ୍ଦନ ଭାରତୀୟ ଜନ ସଂଘରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ସେ ଭାରତୀୟ ଜନ ସଂଘରେ ଯୋଗ ଦେବା ସହ ରାଜ୍ୟ ସଂପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କ ଭୂମିକା ରହିଥିଲେ । ସେ ୧୯୮୦ରୁ ୧୯୮୮ ପର‌୍ୟନ୍ତ ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖାର ସଭାପତି ରହିଥିଲେ । ତେବେ ୧୯୮୮ ମସିହାରେ ସେ ଭାରତୀୟ ଜନତା ପାର୍ଟି ଛାଡି ଜନତା ପାର୍ଟିରେ ଯୋଗ ଦେଇଥିଲେ । ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ରହିଥିଲେ । ପୁଣି ୧୯୯୬ ମସିହାରେ ସେ ଭାରତୀୟ ଜନତା ପାର୍ଟିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons