ବିଜେପି ପକ୍ଷରୁ ଥାନା ଘେରାଉ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ପୁଲିସର ମାତ୍ରାଧିକ କାର୍ଯ୍ୟାନୁÂାନ । ହେଲମେଟ ଯାଞ୍ଚବେଳେ ପୁଲିସ ମାଡରେ ଜଣେ ଯୁବକ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ବିଜେପି କର୍ମକର୍ତ୍ତାମାନେ ଥାନା ଘେରାଉ କରିଥିଲେ ।
ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ବ୍ଲକ ତଳସାଙ୍କେଶ ଗାଁର ରାହୁଲ ମିଣିଆକା ଏବଂ ତାଙ୍କ ସମ୍ପର୍କୀୟ ଭାଇ କିସାନ କଲକା ଆଜି ରାୟଗଡ଼ା ଆସିଥିଲେ । ଏକ ସାଇକେଲ ହଜିଯାଇଥିବାରୁ ଖୋଜିବା ପାଇଁ ସେମାନେ ଆସିଥିବା ରାହୁଲ ଓ କିସାନ କହିଛନ୍ତି । ସାଇକେଲ ଖୋଜି ଉଭୟ ମଝିଘରିଆଣୀ ମନ୍ଦିର ଆଡ଼କୁ ଯାଇଥିଲେ । ମନ୍ଦିର ଯିବା ବେଳେ ସେଠାରେ ପୁଲିସ ପକ୍ଷରୁ ହେଲମେଟ ଯାଞ୍ଚ ଚାଲିଥିଲା । ବାଇକ ଚାଳକ ରାହୁଲ ହେଲମେଟ ନପିନ୍ଧି ଗାଡ଼ି ଚାଳନା କରୁଥିବା ଦେଖି ପୁଲିସ ତାଙ୍କୁ ଅଟକାଇବାରୁ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ପୁଲିସ କର୍ମଚାରୀ ତାଙ୍କ ଲାଠିରେ ରହୁଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ରାହୁଲଙ୍କ ମୁଣ୍ଡ, ହାତ ଓ ଶରୀରର ଅନ୍ୟ ସ୍ଥାନରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡ଼ରେ ରକ୍ତାକ୍ତ ହୋଇ ରାହୁଲ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କ ଭାଇ କିସାନ ଉଦ୍ଧାର କରି ରାହୁଲଙ୍କୁ ଆଣି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣା ସମ୍ପର୍କରେ ତଳସାଙ୍କେଶ ସମେତ ରାୟଗଡ଼ାରେ ଥିବା ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଥିଲା । ସମ୍ପର୍କୀୟମାନେ ମେଡ଼ିକାଲରେ ପହଞ୍ଚିି ରାହୁଲଙ୍କ ଚିକିତ୍ସା କରିଥିଲେ । ଚିକତ୍ସା ପରେ ତାଙ୍କ ଅବସ୍ଥା ଭଲଥିବା ଡାକ୍ତର କହିଛନ୍ତି । ପୁଲିସର ଏହି ମାତ୍ରାଧିକ କାର୍ଯ୍ୟାନୁÂାନକୁ ଗ୍ରାମବାସୀ ତୀବ୍ର ପ୍ରତିବାଦ କରିଥିଲେ । ଘଟଣା ଜଣାପଡ଼ିବା ପରେ ବିଜେପି ନେତା ମଧ୍ୟ ପହଞ୍ଚି ରାହୁଲଙ୍କ ଅବସ୍ଥା ପଚାରିବା ସହ ରାୟଗଡ଼ା ଥାନାକୁ ଘେରାଉ କରିଥିଲେ । ଥାନା ସମ୍ମୁଖରେ ରାସ୍ତା ବନ୍ଦକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯୋଉଁ ପୁଲିସ କର୍ମଚାରୀ ଏଭଳି ଅମାନବିକ କାର୍ଯ୍ୟ କରିଛନ୍ତି ତାଙ୍କୁ ଗିରଫ କରିବା ସହ ଥାନାରେ ଦବଙ୍ଗିରି ଚଳାଉଥିବା ପୁଲିସ ବିରୋଧରେ କାର୍ଯ୍ୟାନୁÂାନ ଦାବି କରାଯାଇଥିଲା । ମଧ୍ୟାହ୍ନ ୨ ଟାରୁ ଅପରାହ୍ଣ ୫ ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିଲା । ବିଜେପି ନେତା ଓ କର୍ମୀମାନେ ରାସ୍ତା ଅବରୋଧ କରି ନାରାବାଜି ଦେଇଥିଲେ । ବରିÂ ନେତା ବସନ୍ତ ଉଲ୍ଲାକା ଓ ନଗର ସଭାପତି ଶ୍ୟାମ ଦାଶଙ୍କ ନେତୃତ୍ୱରେ ରାସ୍ତା ଅବରୋଧ ଜାରି ରହିଥିଲା । ଏସଡିପିଓ ତପନ ନାରାୟଣ ରଥ ସେଠାରେ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାଶୁଝା କରିଥିଲେ । ତେବେ ଏସପିଙ୍କ ପ୍ରତିଶ୍ରୁତି ପାଇଁ ଦଳୀୟ କର୍ମୀମାନେ ଜିଦ୍ ଧରିଥିଲେ । ଏଭଳିକି ସେହି ସମୟରେ ଜଣେ ଯୁବନେତା ନ୍ୟାୟ ଦାବିକରି ଏସଡିପିଓଙ୍କ ଗୋଡ଼ ଧରି ଦେଇଥିଲେ । ଏହାପରେ ଖବରପାଇ ଏସପି ଡ.ଶର୍ବଣା ବିବେକ.ଏମ୍ ଘଟଣାସ୍ଥଳରେ ପହଞ୍ଚିି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ । ଦୋଷୀ କର୍ମଚାରୀ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବା ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଘଟଣା ଆଗାମୀଦିନରେ ଅଧିକ ଗମ୍ଭୀର ହେବା ଆଶଙ୍କାକୁ ଏଡ଼ାଇ ହେଉ ନାହିଁ । ତେବେ କେଉ କର୍ମଚାରୀ ରାହୁଲଙ୍କୁ ମାଡ଼ ମାରିଥିଲେ ନାମ ହସ୍ତଗତ ହୋଇ ପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons