ବିଦୁ୍ୟତ୍ ତାର ଛିଡିÿ ଶ୍ରମିକ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ବିଷମକଟକ,(ବି.ବି.ନୁ୍ୟଜ୍): ବିଦୁ୍ୟତ୍ ତାର ଛିଣ୍ଡି ପଡ଼ିବାରୁ ବିଷମକଟକ ଥାନା ସୁଙ୍କୁପାଡି ଗାଁର ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଛି ଓ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ହେଲେ ପୁରୁ ପିଡିକାକା(୨୮) । ଆହତ ଯୁବକ ହେଲେ ଡମ୍ବକୁପା ଗାଁର ଦାଶିରୀ କୁଟ୍ରୁକା । ବିଦୁ୍ୟତ୍ ବିଭାଗ କର୍ମଚାରୀ ବିଳମ୍ବରେ ଗାଁରେ ପହଞ୍ଚିବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ୍ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପୁରୁ ଓ ଦାଶିରୀ ଉର୍ଲାଯୋଡିÿ ଗାଁକୁ କୁଲି କାମ କରିବାକୁ ଯାଇଥିଲେ । ସନ୍ଧ୍ୟାରେ ସାଢେ ୬ଟାରେ କାମ ସାରି ସାଇକେଲ୍ରେ ଘରକୁ ଫେରୁଥିଲେ । ଉର୍ଲାଯୋଡିÿ ଗାଁ ଶେଷ ମୁଣ୍ଡରେ ହୋଇଥିବା ବେଳେ ରାସ୍ତା ଉପର ଦେଇ ଯାଇଥିବା ଉଚ୍ଚଶକ୍ତି ସଂପନ୍ନ ବିଦୁ୍ୟତ୍ ତାର ତାଙ୍କ ଉପରେ ଛିଣ୍ଡି ପଡ଼ିଥିଲା । ଘଟଣାସ୍ଥଳରେ ହିଁ ପୁରୁଙ୍କ ମୃତୁ୍ୟ ହୋଇଥିଲା । ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ ଦାଶିରୀ । ଏହା ଦେଖି କେତେକ ଗ୍ରାମବାସୀ ଦାଶିରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଖ୍ରୀଷ୍ଟିୟାନ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣା ସମ୍ପର୍କରେ ଗ୍ରାମବାସୀ ବିଷମକଟକ ଥାନା ଏବଂ ବିଦୁ୍ୟତ୍ ବିଭାଗକୁ ଜଣାଇଥିଲେ । ଘଣ୍ଟାଏ ପରେ ବି ଗାଁରେ କେହି ପହଞ୍ଚି ନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସାଢେ ୭ଟା ପୁଲିସ୍ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍କୁ ପଠାଇଥିଲା । ମଙ୍ଗଳବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ । ଏ ସମ୍ପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ପୁଲିସ୍ କହିଛି । ପୁରୁଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons