ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଦୀଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଶ୍ୱଶୁର-ବୋହୂଙ୍କ ମୃତୁ୍ୟ ଘଟିଛି । ମୃତକଦ୍ୱୟ ହେଲେ ଶ୍ୱଶୁର ରମାନାଥ ଦାସ ଓ ବୋହୂ ପୁଷ୍ପଲତା ଦାସ । ବାତ୍ୟା ଅମ୍ଫାନ୍ ଭୟରେ ମଙ୍ଗଳବାର ସକାଳେ ରମାନାଥ ତାଙ୍କ ଘର ନିକଟରେ ଥିବା ବିଦୁ୍ୟତ୍ ଷ୍ଟେକୁ ଆଉ ଏକ ତାରରେ ବାନ୍ଧୁଥିଲେ ଏହି ସମୟରେ ରମାନାଥଙ୍କୁ କରେଣ୍ଟ ମାରିଥିଲା । ଏହାଦେଖି ପୁଷ୍ପଲତା ଦୌଡ଼ି ଯାଇ ତାଙ୍କୁ ବଞ୍ଚାଇବା ପାଇଁ ଧରି ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତୁ୍ୟ ଘଟିଥିଲା ।
Comments are closed, but trackbacks and pingbacks are open.