କଟକ,(ବି.ବି.ବୁ୍ୟରୋ): ଚାକିରି ଆଶାୟୀଙ୍କଠାରୁ ଟଙ୍କା ଆଦାୟ ଓ ହଡପ୍ କରିଥିବା ଅଭିଯୋଗରେ ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଆଜି ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ହେଲେ ବିଧାୟକଙ୍କ ନାଁରେ ଆଉ ୩ଟି ମାମଲା ଏବେ ବିଚାରାଧୀନ ଥିବା ହେତୁ ଗୋଟିକରେ ଜାମିନ୍ ମିଳିବା ସତ୍ତେ୍ୱ ସେ ଏବେ ଜେଲ୍ରୁ ବାହାରି ପାରିବେ ନାହିଁ ବୋଲି ଜଣାପଡ଼ିଛି ।
ଏହାଛଡ଼ା, ସର୍ତ୍ତ ରହିଛି କି’ ସେ ଜାମିନ୍ରେ ବାହାରିବା ପୂର୍ବରୁ ତାଙ୍କ ନାମରେ ଠକେଇ ଅଭିଯୋଗ ହୋଇଥିବା ୪୭ ଲକ୍ଷ ୪୫ ହଜାର ଟଙ୍କାରୁ ୨୪ ଲକ୍ଷ ଟଙ୍କା ଏକ ଜାତୀୟକରଣ ବ୍ୟାଙ୍କ୍ରେ ଜମା କରିବେ । ବାକି ୨୩ ଲକ୍ଷ ୪୫ ହଜାର ଟଙ୍କା କିସ୍ତିରେ ଦାଖଲ କରିବେ । ଏଥିସହ ଜାମିନ୍ରେ ବାହାରିଲା ପରେ ଗଣମାଧ୍ୟମକୁ ସେ କୌଣସି ପ୍ରକାର ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଆଦେଶରେ ସ୍ପଷ୍ଟ କରିଛନ୍ତି । ୨୩ ଲକ୍ଷ ୪୫ ହଜାର ଟଙ୍କାରୁ ମାର୍ଚ୍ଚ, ଏପ୍ରିଲ, ମେ’, ଜୁନ୍ ପ୍ରତି ମାସ ୫ ଲକ୍ଷ ଲେଖାଏଁ ଜମା କରିବେ । ୩ ଲକ୍ଷ ୪୫ ହଜାର ଟଙ୍କାର ଶେଷ କିସ୍ତି ଜୁଲାଇ ଶେଷ ସୁଦ୍ଧା ଦାଖଲ କରିବା ନେଇ ବିଧାୟକ ସତ୍ୟପାଠ ଆକାରରେ ଅଦାଲତଙ୍କୁ ଜଣାଇବେ । ବିଧାୟକ ଜାମିନ୍ରେ ଥିବାବେଳେ ଆବଶ୍ୟକସ୍ଥଳେ ଆବେଦନକାରୀ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ ଏବଂ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ । ଟ୍ରାଏଲ୍ କୋର୍ଟରେ ପ୍ରତ୍ୟେକ ଶୁଣାଣିରେ ଆବେଦନକାରୀ ହାଜର ହେବେ । ଯଦି ଆବେଦନକାରୀଙ୍କ ନିକଟରେ ତାଙ୍କର ପାସ୍ପୋର୍ଟ ଥାଏ, ତାକୁ ନିମ୍ନ ଅଦାଲତଙ୍କ ନିକଟରେ ଜମା କରିବେ ବୋଲି ହାଇକୋର୍ଟ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପାଇଁ ସର୍ତ୍ତ ଧାର୍ଯ୍ୟ କରିଛନ୍ତି ।
ପୂର୍ବ ଶୁଣାଣିରେ ଆଡଭୋକେଟ୍ ଜେନେରାଲ୍ (ଏଜି) ଯୁକ୍ତି ଦର୍ଶାଇଥିଲେ ଯେ, ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାକିରି ଆଶାୟୀ ଯୁବକ, ଯୁବତୀଙ୍କଠାରୁ ୪୭ ଲକ୍ଷ ୪୫ ହଜାର ଟଙ୍କା ନେଇଛନ୍ତି । ତଦନ୍ତ ଚାଲିଥିବାରୁ ଏବଂ ଅଭିଯୋଗ ବଢୁଥିବାରୁ ଆଗକୁ ଠକେଇ ରାଶି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଜିଙ୍କ ଏହି ଯୁକ୍ତି ଉପସ୍ଥାପନ ପରେ ହାଇକୋର୍ଟ ଚାକିରି ଆଶାୟୀଙ୍କଠାରୁ ଆବେଦନକାରୀ ନେଇଥିବା ଅର୍ଥ ନିମ୍ନ ଅଦାଲତରେ ଦାଖଲ କରିବାକୁ ଚାହାନ୍ତି କି’ ନାହିଁ ତାହା ଉପରେ ଜବାବ ରଖିବାକୁ ନିଦେ୍ର୍ଧଶ ଦେଇଥିଲେ । ଆଜି ବରିÂ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଜବାବରେ ଦର୍ଶାଇଥିଲେ ଯେ, ବିଧାୟକ ଶ୍ରୀ ପାଣିଗ୍ରାହୀ ୨୦୨୦ ଡିସେମ୍ବର ୩ରୁ ଜେଲ୍ରେ ରହିଛନ୍ତି । ଏହି ମାମଲାରେ କେବଳ ଆକାଶ ପାଠକଙ୍କ ନାଁ ଏଫ୍ଆଇଆର୍ରେ ରହିଛି । ବିଧାୟକଙ୍କ ନାମ ରହିନାହିଁ । ଶ୍ରୀ ପାଣିଗ୍ରାହୀଙ୍କୁ ଏହି କେସ୍ରେ ମିଛରେ ଫସାଇ ଦିଆଯାଇଛି । ୪୭ ଲକ୍ଷ ୪୫ ହଜାର ଟଙ୍କା ତାଙ୍କ ପକ୍ଷେ ଜମା କରିବା ବଡ଼ କଷ୍ଟକର କାର୍ଯ୍ୟ । ତାଙ୍କ ସମ୍ପର୍କୀୟଙ୍କ ନିକଟରୁ ଧାର, କରଜ କରି ସେ ଏହି ଅର୍ଥ ଜମା କରିବାକୁ ଚାହାନ୍ତି । ପ୍ରଥମେ ସେ ମୋଟ ଅର୍ଥର ୫୦ଧ ଅର୍ଥ ଜମା କରିବେ । ବାକି ଅର୍ଥ କିସ୍ତିରେ ସେ ଦାଖଲ କରିବେ ବୋଲି ଅଦାଲତଙ୍କୁ ଅବଗତ କରିଥିଲେ । ଅପରପକ୍ଷରେ, ଆବେଦନକାରୀ ଗୋପାଳପୁର ବିଧାନସଭାର ବିଧାୟକ ହୋଇଥିଲାବେଳେ ତାଙ୍କୁ ବର୍ତ୍ତମାନ ବିଧାନସଭାକୁ ଯିବାକୁ ଅନୁମତି ଦିଆଯାଉ ନାହିଁ । ସେ ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇ ପାରୁନଥିବାରୁ ତାଙ୍କୁ ପରେ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ତେଣୁ ତାଙ୍କୁ ଜାମିନ୍ରେ ଯିବାକୁ ପ୍ରାର୍ଥନା କରାଯାଇଥିଲା ।
Comments are closed, but trackbacks and pingbacks are open.