ବିପୁଳ ପରିମାଣର ଗଞ୍ଜେଇ ସହ କାର ଜବତ, ୨ ଗିରଫ

Get real time updates directly on you device, subscribe now.

ସାନଖେମୁଣ୍ଡି: ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଗଞ୍ଜେଇ ବୋଝେଇ କାର ଜବତ କରିଛି। ପୋଲିସ ଟିମ୍ ପୋଡ଼ାମାରି ଅଞ୍ଚଳରେ ରାତିରେ ପାଟ୍ରୋଲିଂ ସାରି ଥାନାକୁ ଫେରୁଥିବା ବେଳେ ଏହି ଗାଡିକୁ ଜବତ କରିଥିଲା। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ଦଶେଇପୁର ଗ୍ରାମ ଛକ ମୁଖ୍ୟରାସ୍ତାରେ ଦ୍ରୁତଗତିରେ ଆସୁଥିବା କାର ନ. ( ଓ ଆର୍ ୦୭ ଏମ୍ – ୨୦୩୭) କୁ ଅଟକାଇ ଛାନଭିନ୍ କରିଥିଲା। ସେଥିରେ ୪ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା।
ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ୍। ଅଭିଯୁକ୍ତ ୨ ଜଣ ହେଲେ ହେଲେ ଗଜପତି ଜିଲା ଅଡ଼ବା ଥାନା ଖ୍ରୀଷ୍ଟିଆନ ସାହିର ​ଜୋସେଫ ବୀର ଓ ଅନ୍ୟ ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳର ଜଣେ ନାବାଳକ। ସାନଖେମୁଣ୍ଡି ତହସିଲଦାର ତଥା ଏକଜୁକେଟିଭ୍ ମାଜିଷ୍ଟ୍ରେଟ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯିବା ପରେ ଉକ୍ତ ଗଞ୍ଜେଇର ଓଜନ ୧୦୪ କେ.ଜି ୨ ଶହ ଗ୍ରାମ ହୋଇଥିବା ଜଣାପଡିଛି । ଏ ନେଇ ପାଟପୁର ଥାନା ମାମଲା ( ନଂ. ୨୭୬/୨୦) ଦଫା – ଏନ୍ ଡି ପି ଏସ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ୨ଜଣଙ୍କୁ ଗିରଫ କରାଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons