ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ, ୯ମାସର ଗର୍ଭବତୀଙ୍କୁ ହତ୍ୟା ଧମକ

Get real time updates directly on you device, subscribe now.

ସାଲେପୁର : ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ଯୁବତୀ ଜଣଙ୍କ ୯ ମାସର ଗର୍ଭବତୀ ହୋଇଛନ୍ତି । ସଂପୃକ୍ତ ଯୁବକ ଗର୍ଭବତୀ ଯୁବତୀଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି ।ସାଲେପୁର ଥାନାରେ ଯୁବତୀ ଜଣଙ୍କ ଯୁବକ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରସୁଲପୁର ଗାଁରେ।ଗାଁ ଜଣେ ଯୁବକ ଆଜିକୁ ଦୁଇ ବର୍ଷ ହେବ ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଆଉ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଉଠାଇ ଭାଇରାଲ୍ କରିଦେବା ପାଇଁ ଧମକ ମଧ୍ୟ ଦେଇଆସୁଥିଲା । ତାଙ୍କ ସହ ଶାରୀରିକ ସଂପର୍କ ନ ରଖିଲେ ଫଟୋ ଭାଇରାଲ୍ କରିଦେବେ ବୋଲି ଧମକ ଦେଉଥିଲେ ସଂପୃକ୍ତ ଯୁବକ । ଯୁବତୀ ଜଣଙ୍କ ଏବେ ୯ ମାସର ଗର୍ଭବତୀ ଥିବା ଜଣାପଡିଛି । ଯୁବକଙ୍କୁ ବିବାହ କରିବାକୁ କହିବାରୁ ସେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିବା କହିଛନ୍ତି ପୀଡିତା ଯୁବତୀ । କେବଳ ଯୁବକ ନୁହେଁ ପରିବାରର ଅନ୍ୟ ସଦସ୍ୟମାନେ ମିଶି ମାଡ ମାରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଘଟଣା ସଂପର୍କରେ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ମାତ୍ର ଯୁବକଙ୍କ ପରିବାର ଲୋକ ଯୁବତୀଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଯୁବତୀ ଓ ତାଙ୍କ ଗର୍ଭରେ ଥିବା ସନ୍ତାନକୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ପୀଡିତା ଯୁବତୀ । ଫଳରେ ଯୁବତୀ ଜଣଙ୍କ ପରିବାର ଲୋକଙ୍କ ସହ ଆସି ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons